No Result
View All Result
ପ୍ରତିଭା କୁମାରୀ ପାଢ଼ୀ,ପ୍ରଧାନ ଶିକ୍ଷୟତ୍ରୀ ,ମାରାପଲ୍ଲୀ, ବ୍ରହ୍ମପୁର,ଗଞ୍ଜାମ
ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର )ବାଙ୍କୀ :-
ମାଆ ଟି ମୋର ଅତି ନିଜର
ହୁଏ ନା କେବେ ପର
ସେହି ମୋ ସାହା ସେହି ମୋ ରାହା
ପଦେ ଜୁହାର ତାର ।
ମାଆ ମମତା ଅଟେ ଅମୂଲ୍ୟ
ନ ହୁଏ କେବେ ଶୂନ୍ୟ
ପୃଥିବୀ ଠାରୁ ଅଟଇ ଭାରି
ଭାବିନା ନାହିଁ ସାନ ।
ତା କୋଳେ ଶୋଇ ତା ପାଶେ ରହି
ହୋଇଛୁ ଆମେ ବଡ଼
ବିପଦ ବେଳେ ବଢାଇ ଦିଏ
ପଣତ କାନି ତାର ।
ଅଳି ଅଝଟ ସହିଛି ସିନା
ଦିଏନା କେବେ ଗାଳି
ମାଆ ର ନାମ ଅତି ମଧୁର
ଯିବାନି ତାକୁ ଭୁଲି ।
ତାହାରି ଶିକ୍ଷା ତାହାରି ଦୀକ୍ଷା
ଲାଗେ ଭାରି ସୁନ୍ଦର
ତାହାରି କୋଳ ଭାରି କୋମଳ
ସତେ ସରଗ ପୁର । (ରିପୋର୍ଟ : ଗୌତମ ମିଶ୍ର )
No Result
View All Result