ଛେଳିଗଡ ଗ୍ରାମରେ ତହସିଲଦାର ଓ ପୋଲିସଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଗ୍ରାମରେ ଏକ ବାହାଘର ଭୋଜି ପଟୁଆର କୋରନା ନିୟମ କୁ ଉଲଘଂନ କରି ଚାଲିଥିବା ଖବର ପାଇ ଚଳିତ ମାସ ସାତ ତାରିଖ ରାତ୍ର ଆର ଉଦୟଗିରି ତହସିଲଦାର ଏବଂ ପୋଲିସ ଘଟଣା ସ୍ଥଳକୁ ଯାଇ ବାହାଘର ଶୋଭାଯାତ୍ରା ବନ୍ଦ କରିବା ନିମନ୍ତେ କହିବାରୁ ଶୋଭାଯାତ୍ରାରେ ସାମିଲ ଥିବା ବ୍ୟକ୍ତି ମାନେ ସେହି

ତହସିଲଦାର ଓ ପୋଲିସ ଉପରେ ଅତର୍କିତ ଆକ୍ରମଣ କରି ଥିଲେ । ଏହି ଘଟଣାରେ ପୂର୍ବରୁ ଆଠ ଜଣ ଗିରଫ ହୋଇଥିବା ବେଳେ ଆଜି ଉକ୍ତ ଘଟଣାରେ ସଂପୃକ୍ତ ଥିବା ଦୁଇ ଅସାମୀଙ୍କୁ ମିଶାଇ ମୋଟ ୧୦ ଜଣଙ୍କୁ ପୋଲିସ ଗିରଫ କରି ଏହା ମଧ୍ୟରେ କୋର୍ଟ ଚାଲାଣ କରିଥିବା ଆର ଉଦୟଗିରି ଏସ ଡି ପି ଓ ଦିଲୀପ କୁମାର ନାୟକ ପ୍ରକାଶ କରିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )