No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ପାରଳାଖେମୁଣ୍ଡି :- ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ତ୍ୱାବଧାନରେ ଅଡବା ପୋଲିସ ୧୭ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତତ କରାଯାଇଛି । ଏଥିରେ ୪ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଏସ୍ଆଇ ରବିନ୍ଦ୍ର ନାରାୟଣ ପାତ୍ର, ଜନ ଶବର ଓ ପୋଲିସ କର୍ମଚାରୀ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ୪୦୭ ଗାଡି ନଂ. ଜେଏଚ୍ ୦୯ ଇ ୭୧୦୬କୁ ଗାଲିମେରା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଦେଖି ଉପରୋକ୍ତ ଗାଡିକୁ ଅଟକାଇ ଥିଲେ । ଗାଡିକୁ ଯାଞ୍ଚ କରିବା ସମୟରେ ଗାଡିର ପଛପଟୁୁ ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ମୋହନା ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଉପସ୍ଥିତିରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଯାଇଥିଲା ।
ଏଥିରେ ୮୫୦ କିଲୋ ୭୦୦ ଗ୍ରାମ ଗଞ୍ଜେଇ ରହିଥିଲା । ଏହି ଗଞ୍ଜେଇକୁ ଗୁଲୁବା ଅଞ୍ଚଳରୁ ସଂଗ୍ରହ କରାଯାଇ ଝାଡଖଣ୍ଡ ଅଞ୍ଚଳକୁ ଚୋରା ଚାଲାଣ ହେଉଥିଲା । ଏହି ଗାଡିରେ ୨ଟି ନମ୍ବର ପ୍ଲେଟ ବ୍ୟବହାର କରାଯାଉଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି । ଗୋଟିଏ ନମ୍ବର ଝାଡଖଣ୍ଡର ଥିବା ବେଳେ ଅନ୍ୟଟି ଓଡି ୦୨ଏବି ୦୧୩୩କୁ ବ୍ୟବହାର କରାଯାଉଥିଲା । ଏହି ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଡବା ଥାନା ଅଞ୍ଚଳ ଲକ୍ଷ୍ମୀପୁର ଗ୍ରାମର ୩ଜଣ ଆବେଲୁ ଲିମା(୪୫), ସୁଧିର ଲମିା(୨୧), ସୁମନ୍ତ ମାଝୀ (୨୦) ଓ ଝାଡଖଣ୍ଡ ଅଞ୍ଚଳର ବାସକାଲି ଅନସାରି(୫୫)ଙ୍କୁ ଗିରଫ କରାଯିବା ସହ ଗାଡିକୁ ମଧ୍ୟ ଜବତ କରାଯାଇଛି । ଗତକାଲି ଏହି ୪ ଅଭିଯୁକ୍ତଙ୍କୁ ଆର୍.ଉଦୟଗିରି କୋର୍ଟରେ ହାଜର କରାଯାଇଥିବାର ଥାନା ପକ୍ଷରୁ ସୂଚନା ମିଳିଛି ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁର )
No Result
View All Result