ଓଡ଼ଗାଁ ଥାନା ର ଚଢ଼ାଉ ଦେଖି ଅବକାରୀ ବିଭାଗ ତତ୍ପର

ଓଡ଼ିଶା ତାଜା ନ୍ୟୁଜ (୨୭ ମଇ ଗୁରୁବାର ) ଓଡ଼ଗାଁ, କୁରାଳ :- ଓଡ଼ଗାଁ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ ଦ୍ୱାରା ଦୁଇ ଭାଇ ଗିରଫ , ଯେଉଁ କାମ ପୂର୍ବରୁ କରିବା କଥା ତାହା ଏବେ କରୁଛି ଅବକାରୀ ବିଭାଗ । ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତର ଧୋବା ସାହିରେ ନୟାଗଡ଼ ଅବକାରୀ ବିଭାଗ ତରଫରୁ ଚଢଉ କରି ଦୁଇଭାଇ ରମେଶ ସେଠୀ

( ୪୫) ଓ ଭାଗିରଥି ସେଠୀ (୩୦)ଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଦୁଇ ବେରୀୟଲ ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ଆଜିର ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଏମ ବେହେରା ଓ ଷ୍ଟାପ ଙ୍କ ସହଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି ।  (ଓଡ଼ଗାଁ ରିପୋର୍ଟ /ଅଶ୍ୱିନ କୁମାର ସାହୁ)