No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ମେ ଗୁରୁବାର) ଚାନ୍ଦପୁର :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ର ଚାନ୍ଦପୁର ବେଆଇନ ଖଣି ମାଫିଆ ମଧ୍ୟରୁ ଆଜି ଜଣେ ଅଭିଯୁକ୍ତ କୁ ଗିରଫ କରିଛି ଚାନ୍ଦପୁର ପୋଲିସ । ପୂର୍ବରୁ ବୋରବରା ଝର ରେ ହେଉଥିବା ବେଆଇନ ଖଣି ଖନନ ରେ ୧୫ ଜଣ ଙ୍କୁ ଖୋଜୁଥିଲା ପୋଲିସ ସେଥିରୁ ଆଜି ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣା ଯାଇଛି । ଖଣି ମାଫିଆ ଅମରେନ୍ଦ୍ର ଓରଫ ଅନି କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
୩ ଟି ଖଣି ଚୋରି କେସ ରେ ଫେରାର ଥିବା ଅନି ନାଁ ରେ ୬୦/୨୧ ରେ ମାମଲା ରୁଜ୍ଜୁ କରି ଗିରଫ କରିଛି ସ୍ଥାନୀୟ ପୋଲିସ । ମାଙ୍କଡାପଥର ଚୋରି ମାମଲା ରେ ଜଣେ ପରେ ଜଣେ ଅଭିଯୁକ୍ତ ଜେଲ ପଠାଇବାକୁ ପ୍ରଣ ନେଇଛି ଚାନ୍ଦପୁର ପୋଲିସ । ଏହା ପରେ ଖଣି ଖାଦନ ଚୋରି ର ଅନ୍ତ ଘଟିବ । ଅନ୍ୟ ଅଭିଯୁକ୍ତ ଙ୍କୁ ମଧ୍ୟ ଖୁବ ଶୀଘ୍ର ଧରିବା ପାଇଁ ଗୋଟି ଚଳାଇଛି ପୋଲିସ ।
No Result
View All Result