No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) କୋରାଇ :- ବାତ୍ୟା ‘ୟସ’ ଭୁମି ସ୍ପର୍ଶ କରିବ ୨୬ତାରିଖ ପୂର୍ବାହ୍ଣରେ । ତା’ର ପ୍ରଭାବରେ ଲାଗିରହିଛି ବର୍ଷା ଓ ବପନ । ଏହି ବାତ୍ୟାର ମୁକାବିଲା କରିବା ପାଇଁ କୋରାଇ ବ୍ଲକ ପ୍ରଶାସନ ପକ୍ଷରୁ ପୂର୍ବପ୍ରସ୍ଥୁତି କରାଯାଇଛି । ସଠିକ ଭାବେ ପ୍ରସ୍ତିୁତି ହୋଇଛିକି ନାହିଁ ସେ ନେଇ ଆଜି ପୂର୍ବାହ୍ଣରେ କୋରାଇ ବିଧାୟକ ଅଶୋକ କୁମାର ବଳ ପଂଚାୟତ ସମିତି ସଭାଗୃୃହରେ ଏକ ସମୀକ୍ଷା କରିଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲା ପ୍ରକଳ୍ପ ନିର୍ଦେଶକ ବିଶାଳ ସିଂହ(କୋରାଇ ବ୍ଲକ ବତ୍ୟା ମୁକାବିଲାର ନୋଡାଲ ଅଫିସର),ବ୍ୟାସନଗର ତହସିଲଦାର ଡକ୍ଟର ଶରତଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲା ବେଳେ କୋରାଇ ବିଡିଓ ଶ୍ୱେତା ସ୍ନିଗ୍ଧା ବାତ୍ୟା ‘ୟସ’ର ମୁକାବିଲା ପାଇଁ ନିଯାଇଥିବା ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । କୋରାଇ ବ୍ଲକର ରଣପୁର ଠାରେ ସ୍ଥାୟୀଆଶ୍ରୟ ସ୍ଥଳୀ ରହିଥିଲା ବେଳେ ୨୮ଟି ପଂଚାୟତର ୫୩ଟି ବିଦ୍ୟାଳୟରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଖୋଲା ଯାଇଥିବା କଥା ପ୍ରକାଶ କରିଥିଲେ । ଏଥିରେ ୫୪୯୦ଜଣ ଅସହାୟ ଲୋକଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି । ଏହି କେନ୍ଦ୍ରଗୁଡିକୁ ପରିଚାଳନା କରିବା ପାଇଁ ୩ଜଣ ଲେଖାଏଁ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଆଶ୍ରିତମାନଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ଓ ୨ଦିନ ଲାଗି ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ଆଲୋକର ବ୍ୟବସ୍ଥା କରାଯାଇଥିଲା ବେଳେ କରୋନା ସ୍ଥିତି ଜାରି ରହିଥିବାରୁ ସଂପୃକ୍ତ କେନ୍ଦ୍ରର ସ୍ୱଛତା ନିମନ୍ତେ ସାନିଟାଇଜର, ତୁଣ୍ଡି, ସାବୁନୁ ଆଦି ବ୍ୟବସ୍ଥା କରାଯାଇଛି । ଏସବୁ କାର୍ଯ୍ୟର ତଦାରଖ କରିବା ପାଇଁ ସଂପୃକ୍ତ ପଂଚାୟତର ସରପଂଚ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କୁ ମଧ୍ୟ ସ୍ୱତବଭାବେ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ୨୪ଘଂଟିଆ ପ୍ରସ୍ତୁତି ରହିବା ସହ କେନ୍ଦ୍ରମାନଙ୍କୁ ମଧ୍ୟ ଗସ୍ତକରି ସ୍ଥିତ ଅନୁଧ୍ୟାନ କରିବେ । ଆବାଶ୍ୟକତା ହେଲେ ତତ୍କ୍ଷଣାତ ଆଉ ନୂଆ ଅସ୍ଥାୟୀ ଆଶ୍ରୟସ୍ଥଳୀ ମଧ୍ୟ କରିଯିବାକୁ ଯୋଜନ ହୋଇଥିବା ଶ୍ରୀମତି ସ୍ନିଗ୍ଧା କହିଥିଲେ । ଏହାର ସ୍ଥିତି ପରକ୍ଷି ବିଧାୟକ ଶ୍ରୀ ବଳ କୋରାଇର ସମସ୍ତ ଅଧିବାସୀ ବାତ୍ୟା ଦାଉରୁ ସୁରକ୍ଷିତ ରହିବା ସହ ଖାଦ୍ୟପେୟ ଆଦି ସମସ୍ତ ସୁବିଧା ପାଇବା ଆବଶ୍ୟକତା ଜରୁରୀ ବୋଲି ପ୍ରଶାସନକୁ ପରାମର୍ଶ ଦେଇଥିଲେ । ବାତ୍ୟା ମୁକାବିଲାର ନୋଡାଲ ଅଧିକାରୀ(ପିଡି) ଶ୍ରୀ ସିଂହ କାହାରିକୁ ହଇରାଣ ହେବାକୁ ଦିଆଯିବ ନାହିଁ, ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷପ ନିଆଯାଇ ଲୋକଙ୍କୁ ଥଇଥାନ ପୂର୍ବକ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଥିଲେ । ଅନ୍ୟପକ୍ଷରେ ଆଜିଠୁ ମଧ୍ୟ ରଣପୁର ସ୍ଥାୟୀ ଆଶ୍ରୟ ସ୍ଥଳୀ ସମେତ କେତକ ଅସ୍ଥାୟୀ ଆଶ୍ରୟ ସ୍ଥଳୀରେ ବିପନ୍ନ ଲୋକେ ଆସି ରହିଥିବା ବେଳେ ରାତି ସୁଦ୍ଧା ସ୍ଥିତି ଅନୁଯାଇ ଅନ୍ୟ ବିପନ୍ନମାନେ ଆସି ରହିବାର ସମସ୍ତ ବ୍ୟବସ୍ଥା କରାଯାଇଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result