କାହିଁକି ଚାଷ ଆମର ମେରୁଦଣ୍ଡ ..?
ଓଡ଼ିଶା ତାଜା ନ୍ୟୁଜ (୨୬ ମଇ ବୁଧବାର ) ଭୁବନେଶ୍ୱର :- ଏକଥା ଅନେକଙ୍କ ମନକୁ ଆନ୍ଦୋଳିତ କରୁଥିଲେ ବି ଏହା ବିଜ୍ଞାନ ସମ୍ମତ । କାରଣ ଆମର ଚାଷୀ ଆରମ୍ଭରୁ ହିଁ ବିଜ୍ଞାନୀ । ବର୍ଷର ୧୨ ମାସ ଚାଷ ସହ ମଣିଷ ସମାଜକୁ ଯୋଡ଼ି ରଖିବାକୁ ଅକ୍ଷି ତୃତୀୟାରୁ ପଣା ସଂକ୍ରାନ୍ତି ଯାଏଁ ବର୍ଷ ତମାମ ଆମ ପରମ୍ପରା ସହ ଯୋଡ଼ି ହୋଇରହିଛି ପର୍ବପର୍ବାଣୀ । ସେସବୁ ପୁଣି କୃଷିଭିତ୍ତିକ ଓ ଋତୁଚକ୍ର ସମ୍ମତ । ଆମ ପୂର୍ବ ପୁରୁଷମାନେ ଅତ୍ୟନ୍ତ ଚତୁର ଥିଲେ । ମଣିଷ ସମାଜର କ୍ରମ ବିକାଶ ସହ ବିଭିନ୍ନ ପର୍ବ ପର୍ବାଣୀ ମଧ୍ୟ ସରଂଚନା କରିଥିଲେ ।

ଯଦି ପ୍ରତ୍ୟେକ ପର୍ବକୁ ଆମେ ବିଶ୍ଳେଷଣ କରିବା ତା ପଛରେ ଏକ ବିଜ୍ଞାନ ସମ୍ମତ ଯୁକ୍ତି ଅନ୍ତର୍ନିହିତ ଥାଏ । ବିଶେଷ କରି ଯେତେ ସବୁ ମୁଖ୍ୟ ପର୍ବ ସେ ଭିତରୁ ଅଧିକାଂଶ କୃଷି ସହ ଜଡ଼ିତ । ଅର୍ଥାତ କୃଷିଭିତ୍ତିକ । ଋତୁଚକ୍ର ସହ ତାଳଦେଇ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଅନେକଗୁଡ଼ିଏ କାରଣ ମଧ୍ୟରୁ ଯେଉଁ କେତୋଟି ପ୍ରମୁଖ କାରଣ ଯଥା – ସମୟ ଭିତ୍ତିକ ଚାଷ କାମ ତା ମଧ୍ୟରେ ଚାଷ ଏବଂ ଚାଷୀଙ୍କୁ ଅଗ୍ରାଧିକାର ଏବଂ ସମ୍ମାନ ଦିଆଯାଇଥାଏ ।

ସେମାନେ ବୁଝିଥିଲେ କୃଷି , କୃଷକ , କୃଷିଜାତ ଦ୍ରବ୍ୟର ମୂଲ୍ୟ ସମାଜ ଓ ସଭ୍ୟତା ପାଇଁ କେତେ ଆବଶ୍ୟକ । ପରମ୍ପରା ଭୁଲିଗଲେ ମୂଲ୍ୟବୋଧ ସାରିଯାଏ । – ତେଣୁ ଆସ ପରମ୍ପରାକୁ ଉଜ୍ଜିବିତ କରିରଖିବା ଏବଂ ଚାଷ , ଚାଷୀ , ଚାଷଉତ୍ପାଦିତ ଦ୍ରବ୍ୟ ପ୍ରତି ସମ୍ମାନ ବଢ଼ାଇବା । କୃଷି ଭିତ୍ତିକ ପର୍ବ – ଆଦ୍ୟ ପର୍ବ – ଅକ୍ଷୟ ତୃତୀୟାର ଅନୁଚିନ୍ତା –

















