No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ମଇ ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ରେ ବିକ୍ରି ଚାଲିଥିବା ବେଆଇନ ବ୍ରାଉନସୁଗର ଜଡକୁ ଉପଡିଛି ଓଡ଼ଗାଁ ଆଦର୍ଶ ଥାନା ପୋଲିସ । ବହୁତ ଦିନ ଧରି ଅନ୍ନପୂର୍ଣ୍ଣା ଢ଼ାବା ରେ ଏହି ବ୍ରାଉନସୁଗର ବିକ୍ରି ଚାଲିଆସୁଥିଲା । କୌଣସି ସୂତ୍ରରୁ ରୁ ଖବର ପାଇ ପୋଲିସ ର ପେଟ୍ରୋଲିଂ ଟିମ ଦ୍ୱାରା ଆଜି ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପରିମିତା ଜେନା ଚଢ଼ାଉ କରିଛନ୍ତି । ବେଆଇନ ଭାବେ ବ୍ରାଉନସୁଗର ବିକ୍ରି କରି ଅନ୍ନପୂର୍ଣ୍ଣା ଢ଼ାବା ଭିତରେ ସାକେରୀ ଗ୍ରାମର ପ୍ରକାଶ ପ୍ରଧାନ ନାମକ ଏକ ବ୍ୟକ୍ତି ଏହି ବେଆଇନ କାରବାର ଚଳାଉଥିଲା ବୋଲି ଜଣାପଡୁଛି ।
ପୋଲିସ ପ୍ରାୟ ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ବ୍ରାଉନ ସୁଗର ଜବତ କରିଛି ବୋଲି ଜଣାପଡିଛି । ବ୍ରାଉନସୁଗର ବ୍ୟବସାୟୀ ବହୁ ବର୍ଷ ଧରି ଓଡ଼ଗାଁ ରେ ସକ୍ରିୟ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାର କାୟା ବିସ୍ତାର କରି ପୋଲିସ ନଜରରୁ ଖସି ଆସୁଥିବା ଅଭିଯୁକ୍ତ ପ୍ରକାଶ କୁ ଗିରଫ କରିଛି ପୋଲିସ । ସୂଚନାନୁସାରେ ୨୧ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ୫୬/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ କୁ ଗତକାଲି କୋର୍ଟ ଚାଲାଣ କରାଯାଇଛି । (ରିପୋର୍ଟ ଅଶ୍ୱିନ କୁମାର ସାହୁ )
No Result
View All Result