No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ମେ ମଙ୍ଗଳବାର) ପଦ୍ମପୁର :- ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ପ୍ରତିବର୍ଷ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ରେ ପ୍ରତିବର୍ଷ ଏହି ତିଥିରେ ମହାପ୍ରଭୁ ମାର୍ଜାର କେଶରୀ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଙ୍କର ଜନ୍ମ ବାର୍ଷିକ ପାଳନ ବହୁତ ଧୁମଧାମରେ ହୋଇଥାଏ। କିମ୍ବଦନ୍ତୀ ଅନୁଯାୟୀ ଏହି ଅବସରରେ ପାପନାଶିନୀ ଝରଣା ରେ ବୁଡ଼ ଦେଇ ପାପ ଖଣ୍ଡନ ହୋଇଥାଏ। ଏଣୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ସଂଖ୍ୟା ରେ ଭକ୍ତଙ୍କ ସମାଗମ ସହ ନୃସିଂହନାଥ ଠାରୁ ପର୍ବତର ଆର ପରି ରେ ଥିବା ହରିଶଙ୍କର ଯାଏ ଚାଲି ଚାଲି ନିଜର ପାପ ଖଣ୍ଡନ ପାଇଁ ଯାଇଥାନ୍ତି ଶ୍ରଦ୍ଧାଳୁ ।
ଏହି ପବିତ୍ର ଉତ୍ସବ ରେ ପ୍ରତିବର୍ଷ ମହାପ୍ରଭୁଙ୍କ ଠାରେ ପିତାକନ୍ଦା ଭୋଗ ଲଗାଯିବା ସହ ମନ୍ଦିରର ଝଣ୍ଡା ପରିବର୍ତ୍ତନ କରାଯାଇଥାଏ। ମନ୍ଦିରର କିମ୍ବଦନ୍ତୀ ଅନୁଯାୟୀ ଯେହେତୁ ମହାପ୍ରଭୁଙ୍କୁ ଜଙ୍ଗଲ ରୁ ହରି କନ୍ଧ ଓ ଯମୁନା କନ୍ଧୁଣି ନାମକ ଜଣେ ସ୍ତ୍ରୀ ପାଇଥିଲେ ଏବଂ ମହାପ୍ରଭୁ ଙ୍କୁ ପିତାକନ୍ଦା ଭୋଗ ଲଗାଇଥିଲେ ସେହି ପରମ୍ପରା ଅନୁଯାୟୀ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ନରସିଂହ ଚତୁର୍ଦ୍ଦଶୀ ରେ ଏହି ନୀତି ପାଳନ ହୋଇ ଆସୁଛି। ହେଲେ ଗତ ୨ ବର୍ଷ ହେଲା କୋଭିଡ କଟକଣା ଯୋଗୁଁ ଏହି ପବିତ୍ର ଦିବସରେ ମହାପ୍ରଭୁ ଙ୍କର ଦର୍ଶନ ତଥା ଝରଣାରେ ବୁଡ଼ ରୁ ବଂଚିତ ରହୁଛନ୍ତି ଭକ୍ତ। କୋଭିଡ ନିୟମାନୁସାରେ କେବଳ ରିତିନୀତି ଅନୁସାରେ ମନ୍ଦିର ରେ ବିନା କୌଣସି ଭକ୍ତଙ୍କର ଉପସ୍ଥିତି ରେ ମହାପ୍ରଭୁ ଙ୍କର ଏହି ପବିତ୍ର ଜନ୍ମୋତ୍ସଵ ସମ୍ପର୍ଣ୍ଣ କରାଯିବା ପାଇଁ ବ୍ୟବସ୍ଥା କରା ଯାଇଛି । (ରିପୋର୍ଟ ପଦ୍ମପୁର/ନିରୋଜ କୁମାର ପାଣୀ)
No Result
View All Result