ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର ) ବାଙ୍କୀ :- ସମ୍ଭାବ୍ୟ ୟାସ୍ ବାତ୍ୟାର ମୁକାବିଲା ପାଇଁ ଆଜି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ତାଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ବୈଠକରେ ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା ଓ ଡମପଡ଼ା ତହସିଲଦାର କ୍ଷୀତିିସ୍ ବେହେରା ଯୋଗଦେଇଥିଲେ ।
ବାତ୍ୟା ସଂପର୍କରେ ଚୂଡାନ୍ତ ପର୍ଯ୍ୟାୟ ଆଲୋଚନା କରିବା ସହିତ କ୍ଷୟକ୍ଷତି ଆଶଙ୍କା ଥିବା ଜାଗାମାନଙ୍କରୁ ଲୋକମାନଙ୍କୁ କୋଭିଡ ପରୀକ୍ଷା କରି ସୁରକ୍ଷୀତ ସ୍ଥାନକୁ ଆଣିବା , ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ରଖିôବା , ଆବଶ୍ୟକ ପଲିଥିନ୍ ଗଚ୍ଛିତ ରଖିôବା, ସେମାନଙ୍କ ସ୍ୱାସ୍ଥ୍ୟକୁ ନଜର ରଖାଯାଇ ଆବଶ୍ୟକ ଔଷଧ ମହଜୁଦ୍ ରଖାଯିବାକୁ ଉପଜିଲ୍ଲାପଳ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । (ରିପୋର୍ଟ : ଗୌତମ ମିଶ୍ର)