No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ମଇ ସୋମବାର )ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ପିତଳ ମେରୁ ତୋଟାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ସଂନ୍ଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରିଛି । ଚଢ଼ାଉରେ ୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ ହଜାର ୫ଶହ ଟଙ୍କା ଜବତ କରିଛି । ଗିରଫ ମାନେ ହିଞ୍ଜିଳି ଥାନା ପିତଳ କମା ସାହିର ସିମାଞ୍ଚଳ ପ୍ରଧାନ (୩୭), ଧୋବା ସାହି ବାସିନ୍ଦା ଦଣ୍ଡି ଵେହେରା (୪୩) ଓରଫ କାଳିଆ, ପାତ୍ର ସାହିର ନିଲୁ ପ୍ରଧାନ (୨୬), ଖଣ୍ଡିଆ ସାହିର ସନ୍ତୋଷ ସେଠୀ( ୪୫)ଓ ଖଉଡା ସାହିର ଦୁର୍ଗା ବେହେରା ( ୨୬) । ଏ ନେଇ ହିଞ୍ଜିଳି ଥାନାରେ ନଂ ୨୬୨/୨୧ରେ ଏକ ମାମଲା ରୁଜୁ ହୋଇଛି । ଚଢାଉରେ ହିଞ୍ଜିଳି ଥାନା ଏସ ଆଇ ଵାସୁଦେବ ଭୋଇ, ଗୋପାଳ କୃଷ୍ଣ ଆଗୁପାତ୍ର, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ଚନ୍ଦ୍ର ବେହେରା,
ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ ସାମିଲ ହୋଇଥିଲେ। ପ୍ରକାଶ ଥାଉକି, ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ପ୍ରାଣଘାତୀ ସାଜିଥିବା ବେଳେ ଏହାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନାଇଟକର୍ଫ୍ୟୁ ସପ୍ତାହନ୍ତ ସଟଡାଉନ ଓ ଲକଡାଉନ ଜାରି କରଛନ୍ତି । ଏହାର ସୁଯୋଗ ନେଇ ହିଞ୍ଜିଳି ଥାନା ଅଞ୍ଚଳର କିଛି ଗ୍ରାମରେ ପୁଣି ଥରେ ଜୁଆ ଆଡ୍ଡା ଚାଲିଥିବା ଜଣାପଡିଛି । ଲକ ଡାଉନ ଓ ସଟଡାଉନ ଭଳି ମହାମାରୀ ସମୟରେ ଜୁଆଡି ମାନେ ଗ୍ରାମର ତୋଟା, ମଠ, ବିଲମାଳକୁ ସୁରକ୍ଷିତ ମନେକରି ଜୂଆ ଆଡ୍ଡା ଚାଲିଥିବା ଜଣାପଡିଛି। ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରୁ ଜୁଆ ଖେଳକୁ ସମ୍ପୁର୍ଣ୍ଣ ଲୋପ କରାଯିବା ସହିତ ଚଢ଼ାଉ ଜାରି ରହିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result