No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୩ ମଇ ରବିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ଦିତୀୟ ପାଳିର ୨ ବର୍ଷ ପୂରଣ ହେବା ପାଇଁ ଯାଉଛି ।କରୋନା ମହାମାରୀ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ଆମ ଆଞ୍ଚଳରେ ବିକାଶ ଧାରାର କାର୍ଯ୍ୟ ବନ୍ଦ ହୋଇନାହିଁ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଛନ୍ତି । ଆମ ବିଧାୟକ ପ୍ରିୟ ବାଦଲ ଭାଇ ଆପଣ ମାନଙ୍କ ଆଶୀର୍ବାଦ ଓ ସ୍ନେହ ଶ୍ରଦ୍ଧା ପାଇଁ ଦିତୀୟ ପାଳିର ଦିତୀୟ ବର୍ଷ ପୂରଣ ହେବା ପାଇଁ ଯାଉଛି । ରଣପୁର ନିର୍ବାଚନ ମଣ୍ଡଳୀ ମାଟିର ସେବା ପାଇଁ ଠିକ ଦୁଇ ବର୍ଷ ପୂର୍ବେ ଅର୍ଥାତ ଆଜିର ଦିନରେ ରଣପୁର ନିର୍ବାଚନ ମଣ୍ଡଳୀର ଜନତା ଐତିହାସିକ ବିଜୟୀ କରି ଜନତାଙ୍କ ସେବା ପାଇଁ ବିଧାୟକ ପଦବୀରେ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ଙ୍କୁ ଅଳଙ୍କୃତ କରିଥିଲେ ।

ରାଜନୈତିକ ଜୀବନ ଯାତ୍ରାରେ ନିଜକୁ ଲୋକଙ୍କ ସେବାରେ ସମର୍ପି ଦେଇଛି ଦୀର୍ଘ ବର୍ଷ ତଳୁ ‘ଲୋକଙ୍କ ପାଇଁ’ ମନ୍ତ୍ରରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଆହୁରି ବାକି ଅଛି । କରୋନା ମହାମାରୀ ଭିତରେ ମଧ୍ୟ ସାମୁହିକ ବିକାଶ କୁ ଗୁରୁତ୍ୱ ଦେଇ ସବୁ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ମୁଁ ଚେଷ୍ଟା କରୁଅଛି । ଆପଣ ମାନଙ୍କ ଆଶ୍ରିବାଦ ଓ ଭଲପାଇବାରେ ରଣପୁର ନିର୍ବାଚନ ମଣ୍ଡଳୀର ବିକାଶ ଜାରି ରହିବ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆଶ୍ରିବାଦରୁ ଅନେକ କାର୍ଯ୍ୟ ସାଧନ କରିପାରିଛୁ । ତଥାପି ଗୁଡ଼ାଏ କାମ ବାକି ରହିଛି । ଆପଣମାନଙ୍କ ଠାରୁ ବହୁ ସହଯୋଗ ପାଇଛି ଏବଂ କିଛି ନିନ୍ଦୁକ ଆଉ ସମାଲୋଚନା କରୁଥିବା ଲୋକଙ୍କ ଠୁ କିଛି ଶିଖିବାକୁ ପାଇଛି ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଆଗାମୀ ଦିନରେ ଏ ଭଲପାଇବା ମତେ ଆଗକୁ ଯିବାକୁ ସହାୟକ ହେବ । ସମସ୍ତଙ୍କ ଭଲପାଇବା ଓ ଆଶ୍ରିବାଦ ପାଇଁ କୃତଜ୍ଞ ।
No Result
View All Result