No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ମେ ରବିବାର ) ଗୁଣୁପୁର ;- ଅର୍ଥ ଲାଳସା ମଣିଷକୁ କେତେ ନିମ୍ନଗାମୀ କରାଇ ତଳିତଳାନ୍ତ କରେ ତାର ଏକ ନିଚ୍ଛକ ଘଟଣା ସାମନାକୁ ଆସିଛି ରାୟଗଡା ଜିଲ୍ଲା ଗୁଣୁପୁରରୁ। ଗୁମୁଡ଼ା ନିକଟରେ ଗଞ୍ଜେଇ ଚୋରା ଚାଲାଣରେ ତିନିଜଣ ଗୃହରକ୍ଷୀ ସଂପୃକ୍ତ ଥିବା ଜଣାପଡିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଗତ ୧୭ ତାରିଖରେ ଗଞ୍ଜେଇ ଚାଲାଣ ହେଉଥିବା ଗାଡିକୁ ଛାଡ଼ି ଦେବା ପାଇଁ ମାଫିଆ ଓ ଗୃହରକ୍ଷୀଙ୍କ ମଧ୍ୟରେ ହୋଇଥିଲା ୪ ଲକ୍ଷ ୭୦ ହଜାର ଟଙ୍କାର ବୁଝାମଣା । ଜଣଙ୍କ ଠାରୁ ୧ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ, ଅନ୍ୟ ଜଣେ ଗୃହରକ୍ଷୀଙ୍କ ଆକାଉଣ୍ଟ ରେ ୨ ଲକ୍ଷ ଟଙ୍କା ଜମା କରାଯାଇଥିଲା। ସେହି ଆକାଉଣ୍ଟ ଜବତ କରାଯାଇଛି ।
ଆଉ ବଳକା ଟଙ୍କା ଅଭିଯୁକ୍ତମାନେ ଖର୍ଚ୍ଚ କରିଦେଇଥିବା ସ୍ୱୀକାର କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରସାଦ କୁମ୍ଭାର, ଗୋପବନ୍ଧୁ ଗୌଡ଼, ଜି କ୍ରିଷ୍ଣା ରାଓ । ଏମାନଙ୍କ ମଧ୍ୟରୁ ଜଣେ ଗୁଣୁପୁର ଥାନାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁମୁଡ଼ା ଫାଣ୍ଡିର ବୋଲି ଜଣାପଡିଛି । ଅନ୍ୟ ଜଣେ ଅଭିଯୁକ୍ତ ଅନିଲ କୁମାର ଗୌଡ଼କୁ ମଧ୍ୟ ଗିରଫ କରାଯାଇଛି । ଗୁଣୁପୁର ଠାରେ ନୂତନ ଉପଖଣ୍ଡ ପୁଲିସ ଅଧିକାରୀ ଅଜୟ କୁମାର ବାରିକ ଯୋଗ ଦେଇଥିବା ବେଳେ ତାଙ୍କ ପାଇଁ ଏହାଏକ ବଡ଼ ସଫଳତା ବୋଲି କୁହାଯାଇଛି । ପୋଲିସ ଆଗକୁ ଏଭଳି ଦୃଢ ପଦକ୍ଷେପ ନେବାକୁ ଦାବି ହେଉଛି।
No Result
View All Result