No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ମାହାଙ୍ଗା :- ମାହାଙ୍ଗା ଅଂଚଳରେ ଦେଖବାକୁ ମିଳିଛି ଅଭାବନୀୟ ଘଟଣା, ବେଆଇନ ବାଲି ଲୁଟ କୁ ରୋକିବାକୁ ଯାଇଥିବା ତହସିଲ ଟିମ ହୋଇଛି ମରଣାନ୍ତକ ଆକ୍ରମଣ, ଜବତ ବାଲି ଗାଡ଼ିକୁ ତହସିଲ କୁ ଆଣିବା ପାଇଁ ଉଦ୍ୟମ କରାଯାଉଥିବାବେଳେ ଗାଡି ମାଲିକ ଓ ମାଫିଆ ଗୋଷ୍ଟି ମାନେ ପୁଲିସ ଉପସ୍ଥିତିରେ କରିଥିଲେ ସଂଗବଧ ଆକ୍ରମଣ କରିଥିଲେ, ତହସିଲ ର ରାଜସ୍ବ ନିରୀକ୍ଷକ ଗଣେଶ ହେମ୍ବ୍ରମ ଙ୍କୁ ମାଫିଆ ମାନେ ଗାଡି କାଇଁ ପୋଡିଦେଲ ଆରୋପ ଲଗାଇ ତଳେ ଗଡେଇ ପଡେଇ ମାଡ ମରିବା ସହ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ,

ଏଭଳି ଘଟଣା ଘଟିଛି ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ରାମଚନ୍ଦ୍ରପୁର ପୁର ବିରୂପା ନଦୀ ବନାଘାଟ ଠାରେ, ତହସିଲର ଏକ ସ୍ୱତନ୍ତ୍ର ଟିମ ଖବର ପାଇ ବାଲିଘାଟରେ ଚଢ଼ଉକରିଥିଲା, 30ରୁ ଉର୍ଦ୍ଧ ବାଲି ମାଫିଆ ଯୁକ୍ତି ବାଢ଼ି ଟିମ ସଦସ୍ୟ ଙ୍କୁ ଗୋଡ଼ାଇ ଥିଲେ, ଆକ୍ରମଣ ସମୟରେ ପୁଲିସ ଉପସ୍ଥିତିରେ ରାଜସ୍ବ ନିରୀକ୍ଷକ ଆକ୍ରମଣ ର ଶିକାର ହୋଇଥିଲେବି ପୁଲିସ ନିରବ ଦ୍ରଷ୍ଟା ସାଜିବା ସାରାହୋଇଥଲା, ଆକ୍ରମଣ କରି ମାଫିଆ ଗୋଷ୍ଟି ଜବତ ବାଲି ଗାଡିକୁ ଛଡାଇ ନେଇ ଯାଇଥିଲେ,

ଗୁରୁତର ଅବସ୍ଥାରେ ଆହତ ରାଜସ୍ବ ନାରୀକ୍ଷକଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିବାବେଳେ ଆକ୍ରମଣ କାରି ବାଲି ମାଫିଆଙ୍କ ବିରୁଦ୍ଧରେ ମାହାଙ୍ଗା ତହସିଲଦାର ଅଭିଯୋଗ କରିଛନ୍ତି, ଏହି ଘଟଣାରେ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାଇଁ, ପ୍ରତିଦିନ ମାହାଙ୍ଗାର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଓ ମାଟି ଲୁଟ ହେଉଥିବାବେଳେ ପ୍ରଶାସନ ସେଭଳି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ମାଫିଆ ମାନଙ୍କ ଉତ୍ପାତ ଦିନକୁ ଦିନ ବଢିଚାଲିବା ସହ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ହେଉଛି
No Result
View All Result