No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ପାରଳାଖେମୁଣ୍ଡି :-ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ହୋଇ ଥିବା ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ହେବାକୁ ଥିବା ସମ୍ଭାବ୍ୟ ଝଡ଼ବାତ୍ୟା “ୟଶ”ର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଉଛି ସମିକ୍ଷା ବୈଠକରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେଵ ସିଂ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ.ଅଲ୍ଲୀ , ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଜିଲ୍ଲାପାଳ ସମ୍ଭାବ୍ୟ ଝଡ଼ବାତ୍ୟା ଓ ପ୍ରବଳ ବର୍ଷା ଉପରେ ଆସିଥିବା ଭାରତୀୟ ପାଣିପାଗ ବିଭାଗର ଅପଡେଟ ସୂଚନାକୁ ସମସ୍ତଙ୍କୁ ଅବଗତ କରିବା ସହ କୋଭିଡ଼ି-19 ପାଇଁ ବ୍ୟବହୃତ ହେଉଥିବା ଜିଲ୍ଲା ଏବଂ ପଞ୍ଚାୟତ ସ୍ତରର ସମସ୍ତ ନିୟନ୍ତ୍ରଣ କକ୍ଷ ‘ୟଶ’ ପାଇଁ କାର୍ଯ୍ୟ କରିବ ବୋଲି କହିଥିଲେ ।ବିଭିନ୍ନ ଶୁଖିଲା ଖାଦ୍ୟ ଏବଂ ଖାଦ୍ୟ ପଦାର୍ଥ ମହଜୁଦର ବିବରଣୀ ବିଡ଼ିଓ ମାନଙ୍କ ଠାରୁ ଆଜି ସନ୍ଧ୍ୟା ସୁଦ୍ଧା ମାଗିଲା ପରେ ଆବଶ୍ୟକ ଖାଦ୍ୟ ପଦାର୍ଥକୁ ପଞ୍ଚାୟତ ସ୍ତରରେ ପହଞ୍ଚାଇବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଯୋଗାଯୋଗ ମୋବାଇଲ ସେବା କିପରି ପ୍ରତି ସମୟରେ ଚାଲୁ ରହିବ ବି.ଏସ.ଏନ.ଏଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ ଆବଶ୍ୟକ କରୁଥିବା ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ସମସ୍ତ ସ୍କୁଲ ଗୃହ ଖୋଲା ରହିବା ସହ ଶିକ୍ଷକ ମାନଙ୍କୁ ଉପସ୍ଥିତ ରହିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟୁତ ଯୋଗାଣ ପ୍ରତି ସମୟରେ କିପରି ଚାଲୁ ରହିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତାଘାଟ ବିଚ୍ଛିନ୍ନ ହେଲେ ଆବଶ୍ୟକ କରୁଥିବା କର୍ମଚାରୀ, ସାମଗ୍ରୀ ଏବଂ ଯନ୍ତ୍ରପାତି କୁ ପ୍ରସ୍ତୁତ ରଖିବା ଲାଗି ବିଭାଗୀୟ ଅଧିକାରୀ ଯଥା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ରାସ୍ତା ଏବଂ କୋଠା ବାଡ଼ି ନିର୍ମାଣକୁ ନିର୍ଦ୍ଦେଶ ଦେଇଥିଲେ ପରବର୍ତ୍ତୀ ମୁହୂର୍ତ୍ତରେ ଜିଲ୍ଲା ରେ ଥିବା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ମାନଙ୍କ ସହ ବିଡ଼ିଓ କନଫେରେସିଂ ମାଧ୍ୟମରେ ସମୀକ୍ଷା କରାଯାଇଥିଲା । ସମସ୍ତ ତହସିଲଦାର ଆବଶ୍ୟକ ପଲିଥିନ ମହଜୁଦ ଥିବା କଥା ଦର୍ଶାଇ ଥିଲେ ।
ପଞ୍ଚାୟତରାଜ ବିଭାଗର ଲୋକ ପ୍ରତିନିଧି ମାନଙ୍କ ସହିତ ସମ୍ଭାବ୍ୟ ବାତ୍ୟା ୟଶ ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ଲାଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଦମକଳ ବିଭାଗର ସମସ୍ତ କର୍ମଚାରୀ, ଆସ୍କଲାଇଟ କଟିଙ୍ଗ ମେସିନ, ଭେଇକଲ ସବୁକୁ ପ୍ରସ୍ତୁତ ରଖିବା ଲାଗି ଫାୟାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ଙ୍କୁ ଆବଶ୍ୟକ ପିଇବା ପାଣି, ଜେନେରେଟର ସେଟ ଏବଂ ବ୍ଲିଚିଂ ମହଜୁଦ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଭୂସ୍ଖଳନକୁ ଆଖି ଆଗରେ ରଖି ବିପଦ ସଙ୍କୁଳ ଜାଗା ମାନଙ୍କରେ ଲୋକଙ୍କୁ କିପରି ଠିକ ସମୟରେ ସ୍ଥାନାନ୍ତରଣ କରାଯିବ ତାହାରି ଉପରେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସମ୍ବେଦନଶୀଳ ସ୍ଥାନ ମାନଙ୍କୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହିସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result