• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡିଜେ,ଘୋଡାଗାଡିରେ ବସି ପୁଅ ବାହାଘର ମହଙ୍ଗା ପଡିଲା ; ବାପା, ୨ ପୁଅଙ୍କ ନାମରେ ମାମଲା

Proprietor Abhimanyu Maharana by Proprietor Abhimanyu Maharana
May 22, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ଡିଜେ,ଘୋଡାଗାଡିରେ ବସି ପୁଅ ବାହାଘର ମହଙ୍ଗା ପଡିଲା ; ବାପା, ୨ ପୁଅଙ୍କ ନାମରେ ମାମଲା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- କରୋନାର ଦ୍ଵିତୀୟ ଲହର ସାରା ଓଡ଼ିଶାରେ ସୃଷ୍ଟି କରିଛି ଭୟ ଓ ଆତଙ୍କର ବାତାବରଣ।ଲୋକଙ୍କ ଜୀବନ ଜୀବିକା ପ୍ରତି ଦୃଷ୍ଟି ଦେଇ ସରକାର କରୋନା ମୁକାବିଲା ଦିଗରେ ଜାରୀ ରଖିଛନ୍ତି ନିରବିଛିନ୍ନ ପ୍ରୟାସ। ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଆବିର୍ଭାବ ହେବା ପରେ କେବଳ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। କିନ୍ତୁ କିଛି ଦିନ ପରେ ସଂକ୍ରମଣର ସ୍ଥିତି କ୍ରମଶଃ ବେହାଲ ହେଉଥିବା ଅନୁଧ୍ୟାନ କରି ପ୍ରଥମେ ରାଜ୍ୟରେ ଘୋଷଣା କରିଥିଲେ ନାଇଟକର୍ଫ୍ୟୁ ଓ ପରେ ସପ୍ତାହାନ୍ତ ସଟ ଡାଉନ ପ୍ରକ୍ରିୟା।ପରିସ୍ଥିତି ଜଟିଳତା ଆଡକୁ ମୁଁହାଇ ଏକ ବିପର୍ଯ୍ୟୟ ପରିବେଶ ସୃଷ୍ଟି କରିଥିଲା।ପ୍ରଥମରୁ ହିଁ ଲକ ଡାଉନ ସପକ୍ଷରେ ନ ଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ସାରା ରାଜ୍ୟରେ ଘୋଷଣା କରିଥିଲେ ଗତ ୫ ତାରିଖ ଠାରୁ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୧୪ ଦିନିଆ ଲକ ଡାଉନ ପ୍ରକ୍ରିୟା। ଦିନକୁ ଦିନ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଉଥିବାରୁ ପରିସ୍ଥିତି ଉପରେ ନଜର ରଖି ରାଜ୍ୟ ବାସୀଙ୍କ ପାଇଁ ପୁଣି ଦ୍ଵିତୀୟ ଥର ସକାଶେ ଲକ ଡାଉନ ପ୍ରକ୍ରିୟା ଆସନ୍ତା ଜୁନ ୧ ତାରିଖ ସକାଳ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି । ଲୋକଙ୍କ ଜୀବନ ଯେପରି ସୁରକ୍ଷିତ ରହି ମହାମାରୀର ଦୃଢ଼ ମୁକାବିଲା ହେବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।କିଛି ସେବାକୁ କଟକଣା କରିଥିଲା ବେଳେ କିଛି ସେବାରେ କଟକଣା ମୁକ୍ତ କରାଯାଇଛି।ବିବାହ, ବ୍ରତ ଓ ଅନ୍ତେଷ୍ଟି କ୍ରିୟା ଆଦି ସାମାଜିକ ଚଳଣି କ୍ଷେତ୍ରରେ କୋଭିଡ ନିୟମ ମଧ୍ୟରେ ଆୟୋଜନ ପାଇଁ ଅନୁମତି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ସର୍ବାଧିକ ୫୦ ଜଣଙ୍କୁ ନେଇ ଵିଵାହ ଭୋଜି ଆୟୋଜନ ନେଇ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା

କିନ୍ତୁ ପରିସ୍ଥିତି ଜଟିଳତା ଦିଗକୁ ଗତି କରୁଥିବାରୁ ପରବର୍ତ୍ତୀ ସମୟରେ ମାତ୍ର ୨୫ ଜଣଙ୍କୁ ନେଇ ବିବାହ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି । କୋଭିଡ ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଘନ କରି ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ଆୟୋଜିତ ହେଉଛି ଶହ ଶହ ଭୋଜିଭାତର ଆସର । ପ୍ରଶାସନ ପକ୍ଷରୁ ବାରମ୍ବାର ନିବେଦନ ଓ ସଚେତନ କରାଯାଉଥିଲେ ସୁଦ୍ଧା କରୋନା ସଂକ୍ରମଣ ପ୍ରତି ପୁରାପୁରି ବେଫିକର ହେଉଥିବା ପରିଲକ୍ଷିତ ହୋଇଛି । ମହାମାରୀ କାଳରେ ଭୋଜି ଆୟୋଜନର ନିଶା ଓ ଭୋଜିଭାତ ଖାଇବାର ସଉକ କିନ୍ତୁ ପ୍ରଶାସନର ଚିନ୍ତା ବଢ଼ାଉଛି । ଏହି ବେଆଇନ କାର୍ଯ୍ୟକ୍ରମ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପ୍ରଶାସନ ।ସ୍ଥାନୀୟ ଥାନା ଦୁର୍ବନ୍ଧ ପଞ୍ଚାୟତ ଗୋଦରାପଲ୍ଲୀ ଗାଁରେ କେ. ରାମମୂର୍ତ୍ତିଙ୍କ ୨ ପୁଅ କେ. ବସନ୍ତ ଓ କେ. ସୁଶାନ୍ତଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଡିଜେ ରୋଷଣୀ ସହ ଏକ ସୁସଜ୍ଜିତ ଘୋଡା ଗାଡ଼ିରେ ବସି ଉଭୟେ ଧୁମ ଧାମ ରେ ପଟୁଆରରେ ଗ୍ରାମ ପରିକ୍ରମା କରୁଥିବା ବେଳର ଦୃଶ୍ୟ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ପରେ ଶନିବାର ଭୋରରେ ଗୋଦରାପଲ୍ଲୀ ଗ୍ରାମରେ ତହସିଲଦାର ପ୍ରଭାତ କୁମାର ପରିଡା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଓ ଥାନା ଅଧିକାରୀ ଅଭିମନ୍ୟୁ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାପା ଓ ୨ ପୁଅଙ୍କୁ ଆଣି ଥାନାରେ ଅଟକ ରଖା ଯାଇଛି ତହସିଲଦାର ଶ୍ରୀ ପରିଡାଙ୍କ ଅଭିଯୋଗ ଅନୁଯାୟୀ ହିଞ୍ଜିଳି ଥାନାରେ ନଂ – ୨୫୪/୨୧ରେ ଏକ ମାମଲା ରୁଜୁ କରାଯାଇଛି । ପରେ ବଡ଼ଖଣ୍ଡି ଗ୍ରାମ ବାଲିସାହିରେ ପ୍ରାୟ ସହସ୍ରାଧିକ ଲୋକଙ୍କ ନିମନ୍ତେ ଆୟୋଜିତ ହେଉଥିବା ଭୋଜି ପ୍ରସ୍ତୁତି ସ୍ଥଳରେ ଚଢ଼ାଉ କରି ଖାଦ୍ୟ ସାମଗ୍ରୀକୁ ଜବତ କରିଥିଲେ । 

ଜବତ ଖାଦ୍ୟ ସାମଗ୍ରୀ ସବୁକୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ପୋୖରାଞ୍ଚଳର ଗରିବ,ଅସହାୟ ବ୍ୟକ୍ତିଙ୍କ ମଧ୍ୟରେ ବଣ୍ଟନ କରା ଯାଇଥିଲା।ଆୟୋଜକ ବାଇରୀ ଗଣପତି ଓ ତାଙ୍କ ପୁଅଙ୍କୁ ଅଟକ ରଖାଯାଇ ତହସିଲଦାର ଶ୍ରୀ ପରିଡ଼ାଙ୍କ ଅଭିଯୋଗ ପ୍ରକାରେ ପୁଲିସ କୋଭିଡ ଉଲ୍ଲଙ୍ଘନ ଆଇନ ଅନୁସାରେ ୨୫୫/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅନ୍ୟ ପକ୍ଷରେ ଥାନାରେ ଅଟକ ବ୍ୟକ୍ତିଙ୍କ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ଖବର ଲେଖା ହେବା ସୁଦ୍ଧା ରିପୋର୍ଟ ହସ୍ତଗତ ସୋଇନଥିବା ଜଣାପଡ଼ିଛି । ସ୍ଥାନୀୟ ଥାନା ଅଞ୍ଚଳରେ ଆୟୋଜିତ ସଂପୃକ୍ତ ୨ ବାହାଘର ଭୋଜି ଚଢ଼ାଉ ସମୟରେ ଏସ ଆଇ ବାସୁଦେବ ଭୋଇ, ପ୍ରୋବେସନାରୀ ଏସଆଇ ହେମନ୍ତ କୁମାର ପାତ୍ର, ହାବିଲଦାର ପ୍ରମୋଦ ଗନ୍ତାୟତ,ପିଇଓ ପ୍ରତାପ ସାହୁ, ରାଜସ୍ୱ ନିରୀକ୍ଷକ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।ଉଭୟ ଆୟୋଜକ ଏବଂ ପରିବାର ସଦସ୍ୟଙ୍କ ଆଣ୍ଟିଜେନ ପରୀକ୍ଷା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡ଼ିଓ ଶ୍ରୀ ଜେନା ସୂଚନା ଦେଇଛନ୍ତି। ହିଞ୍ଜିଳିକାଟୁ ଅଞ୍ଚଳରେ ଗତ କିଛି ଦିନ ଧରି କୋଭିଡ କଟକଣାକୁ ଅବମାନନା କରି ବହୁ ଲୋକଙ୍କୁ ନେଇ ବାହାଘର ଓ ଶୁଦ୍ଧି କ୍ରିୟା ଭୋଜି ଆୟୋଜନ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି । ପରିତାପର ବିଷୟ ଏଥିପ୍ରତି ଅମାନିଆ ମାନେ ସଚେତନ ହେଉନଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଛି । ଏ ଦିଗରେ ଲୋକଙ୍କ ମନରେ ଜନସଚେତନତା ସୃଷ୍ଟି ହେଲେ ପରିସ୍ଥିତିରେ ସୁଧାର ଆସିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।  (ରିପୋର୍ଟ – ଶୁସାନ୍ତ ପ୍ରଧାନ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

July 29, 2026
ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

July 29, 2026
ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟସରକାର

July 29, 2026
୧୧୯ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା : ପତିତପାବନ ଯାତ୍ରା ପରେ ନୀଳକନ୍ଦରରେ ଶ୍ରୀଜୀଉଙ୍କ ଦର୍ଶନ, ଆଜିଠାରୁ ନୀଳାଚଳ ଅବଢ଼ା ମହାପ୍ରସାଦ, ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ପାଇଁ ଅବ୍ୟାହତ ପ୍ରାର୍ଥନା

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ, ଦୁର୍ଷ୍କମ ଉଦ୍ୟମ ସହ ସୁନା କାନଫୁଲ ଚୋରୀ ଅଭିଯୋଗ, ଯୁବକ ଗିରଫ

July 29, 2026
ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

ଉପଖଣ୍ଡ ସ୍ତରୀୟ ମୋବାଇଲ ଫେରସ୍ତ ମେଳା

July 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version