ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) କଟକ :- କରୋନା ସମୟରେ ଲକ୍ ଡାଉନ ଏବଂ ସର୍ଟ୍ ଡାଉନ୍ ଚାଲିଥିଲା ବେଳେ , କଟକରେ ନକଲି ଗୁଟଖା କାରଖାନା ଠାବ ସହ ,୧୩୬ ବସ୍ତା ନକଲି ନିମ୍ନ ମାନର ଗୁଟୁକା ଜବତ କରିଛି ବାଦାମବାଡି ପୋଲିସ । କଟକ ବାଦାମବାଡି ପାଲାମଣ୍ଡପ ନିକଟସ୍ଥ , କମଳପୁର ଠାରେ ଚାଲିଥିଲା ଏହି ବେଆଇନ୍ ଓ ନକଲି ଗୁଟଖା କାରଖାନା ଏଠାରେ ନିଜର ଲାଭ ପାଇଁ ପୋକରା ଗୁଆ, ରେ ଅସଲି ଗୁଟୁକା ନାରେ ଚାଲି ଥିଲା ଏପରି କାରବାର ।
ଏହାସହ ନକଲି ଜର୍ଦ୍ଦା, ଖଇନି, ବିଭିନ୍ନ ବ୍ରାଣ୍ଡ୍ ର ଗୁଟଖା ଆଦି ତମାଖୁ ଜାତୀୟ ସାମଗ୍ରୀ ଜବତ କରାଯାଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ବହୁ ଦିନ ଧରି ଏହି ସ୍ଥାନରେ ବେଆଇନ୍ ଓ ନକଲି କାରଖାନା ରେ ଏହିସବୁ ସାମଗ୍ରୀ ତିଆରି ହେଉଥିଲା। ଆଉ ମାଲଗୋଦାମ ସମେତ ସହରର ଅନ୍ୟସ୍ଥାନକୁ ମଧ୍ୟ ପଠାଯାଉଥିବାର ସୁରାକ ପାଇଛି ପୋଲିସ୍ ।
ତେବେ ଏହି ଘଟଣାରେ ବାଦାମବାଡ଼ି ପୋଲିସ , ଜଣକୁ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ବୋଲି , ସୂଚନା ଦେଇଛନ୍ତି ବାଦାମବାଡି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର । (ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।