No Result
View All Result
କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତର ଙ୍କ ପ୍ରବେଶ ରେ ବାଧକ ସାଜିଲେ ଗ୍ରାମବାସୀ । RTPCR ରିପୋର୍ଟ କୁ ଭୁଲ ସାବ୍ୟସ୍ତ କରିବା ପାଇଁ ଲଘୁ କଳସ ଙ୍କ ହୀନ ଚକ୍ରାନ୍ତ ।
ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- କୋଭିଡ ଦାୟିତ୍ୱରେ ଥିବା ପ୍ରଶାସନ ଉପରେ ଗ୍ରାମବାସୀ ଙ୍କ ର ଛାଟ । କୋଭିଡ ରେ ନିୟୋଜିତ ଥିବା ଅଧିକାରୀ ଙ୍କୁ ଅଟକାଇବା ସହ ଭୁଲିଗଲେ ବୁଦ୍ଧି ବିବେକ , ଅଟକାଇଲେ ରୋଗୀ ନେଉଥିବା ଆମ୍ବୁଲାନ୍ସ । ଗତ ୧୯ ତାରିଖ ଦିନ ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳର ମୟୂରଝାଲିଆ ଗ୍ରାମରୁ RTPCR ଟେଷ୍ଟିଂରେ ୨୦ ଜଣଙ୍କର କରୋନା ପଜିଟିଭ ବାହାରିଥିଲା । ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବେ ବେଳେ ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ( କାଳୁ ପ୍ରଧାନ ) ଙ୍କ ଝିଅ ମଧ୍ୟ କରୋନା ସଂକ୍ରମିତ ଥିଲେ । ସେହି ଗ୍ରାମର ଜୈନିକ ବ୍ୟକ୍ତି ଜଣକ ସଂକ୍ରମଣ କୁ ଭୃକ୍ଷେପ ନକରି କୋଭିଡ ରୋଗୀ ଙ୍କୁ ନେଇ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଣ୍ଟିଜେନ ଟେଷ୍ଟ କରାଇଥିଲେ ।

ଏହାକୁ ବିରୋଧ କରୁଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଏନଏମ , ଡ଼ଃ ବିଶ୍ଵଜିତ ଏବଂ ରଣପୁର ତହସିଲଦାର ଙ୍କୁ ଆକ୍ରମଣ କରିଥିବା କଥା ସାମ୍ନା କୁ ଆସିଛି । RTPCR ରିପୋର୍ଟ କୁ ଭୁଲ ସାବ୍ୟସ୍ତ କରାଇବା ପାଇଁ ଏବଂ ସରକାର ଙ୍କ ନିୟମ ବିରୁଦ୍ଧରେ ଯାଇ ମୟୁରଝାଲିଆ ଗ୍ରାମର କିଛି ବ୍ୟକ୍ତି ଏଭଳି ଘଟଣା ଘଟାଇଥିବା ଜଣା ପଡ଼ିଛି । ଅନ୍ୟପଟେ ମେଡିକାଲ ଷ୍ଟାଫ ଙ୍କୁ ଘେରାଉ କରିବା ସହ ଜରୁରୀ କାଳୀନ ଚିକିତ୍ସା ଆବଶ୍ୟକ ଥିବା ରୋଗୀ ର ଆମ୍ବୁଲାନ୍ସ ଙ୍କୁ ଅଟକାଇ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି ଗ୍ରାମବାସୀ । ସରକାର ଙ୍କ ନିୟମ ଅନୁସାରେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଅଟକ ନରଖିବାକୁ ନିର୍ଦେଶ ଥିବା ବେଳେ ନିଜର ବୁଦ୍ଧି ବିବେକ ହରାଇ ୪ ଘଣ୍ଟା କାଳ ପର୍ଯ୍ୟନ୍ତ ଅଟକ ରଖିଥିଲେ ଆମ୍ବୁଲାନ୍ସ କୁ ।

ଉକ୍ତ ଗ୍ରାମବାସୀ RTPCR ରିପୋର୍ଟ କୁ ଭୁଲ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ସରକାର ଙ୍କୁ ନିନ୍ଦା କରିବା ଏବଂ କୋଭିଡ ଦାୟିତ୍ୱ ରେ ଥିବା ସରକାରୀ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ୫ ଘଣ୍ଟା ଅଟକ ରଖିଥିଲେ । ଯାହାଫଳରେ ଚାନ୍ଦପୁର ପୋଲିସ ଆଜି ଉକ୍ତ ଅଧିକାରୀ ମାନଙ୍କୁ ଉଦ୍ଧାର କରିବା ସହ ଡ଼ଃ ବିଶ୍ଵଜିତ ଙ୍କ ବୟାନ ଅନୁସାରେ ମୟୁରଝାଲିଆ ଗ୍ରାମର ୫୦ ଜଣ ଙ୍କ ବିରୁଧରେ ମାମଲା ରୁଜ୍ଜୁ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଭାବେ ଲଘୁ କଳସ , କାଳୁ ପ୍ରଧାନ ଗ୍ରାମବାସୀଙ୍କୁ ଏକତ୍ର କରି ଏଭଳି କାଣ୍ଡ ଘଟାଇଛନ୍ତି ବୋଲି ପୋଲିସ ସୁତ୍ର ରୁ ପ୍ରକାଶ ପାଇଛି । ଏବଂ ସରକାର ଙ୍କୁ ବଦନାମ କରିବା ସହ ମୟୁରଝାଲିଆ ଗ୍ରାମ କୁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପ୍ରବେଶ ରେ ରୋକ ଲଗାଇବା ପାଇଁ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି ।

ସୂଚନାନୁସାରେ ; ଗ୍ରାମବାସୀ ମାନେ ଅଟକ ରଖିଥିବା ଅଧିକାରୀଙ୍କୁ କଣ୍ଟେନମେଣ୍ଟ ଜୋନ ଗୁଡିକ ପାଇଁ ସ୍ପେଶାଲ ଟିମ ଭାବେ ଗଠନ କରାଯାଇଅଛି ଯାହାକୁ ରୋକିବା ପାଇଁ ଏଭଳି ରାସ୍ତା ଆପଣେଇଛନ୍ତି ଗ୍ରାମବାସୀ । ସାରା ରାଜ୍ୟରେ ଏବେ କୋଭିଡ ର ସ୍ଥିତି ଗମ୍ଭୀର ଥିବା ବେଳେ ଗ୍ରାମବାସୀ ଙ୍କ ର ଏଭଳି କାଣ୍ଡ ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ମନେ ହେଉଛି ।

No Result
View All Result