ବାଲେଶ୍ୱର ରେ ସିଧା ମାଡ ହୋଇପାରେ ବାତ୍ୟା ‘ ୟସ ‘

ଓଡ଼ିଶା ତାଜା ନ୍ୟୁଜ (୨୨ ମଇ , ଶନିବାର ) ବାଲେଶ୍ୱର :- ‘ୟାସ’ ବାଲେଶ୍ୱର ଜିଲ୍ଲା ପାଇଁ ରହିଛି ବଡ ବିପଦ l ସିଧା ମାଡ ହୋଇପାରେ ବୋଲି ସୁଚନା ଦେଇଛନ୍ତି ପାଣିପାଗ ବିଶେଷଙ୍ଗ । ତାଙ୍କ ମତରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୀଷଣ ବର୍ଷା ଓ ପବନ ସହିତ ଆସୁଛି । ପାଗ ଅତ୍ୟନ୍ତ ଅନୁକୂଳ ରହିଥିବା କାରଣରୁ ଏହା ଅଧିକ ଘନୀଭୂତ ହୋଇ ଭୀଷଣ ରୂପ ଧାରଣ କରିବା ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ l ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ ।

ଏହି ଲଘୁଚାପ କ୍ଷେତ୍ରଟି ଅଦ୍ୟ ୨୨ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୭୨ ଘଣ୍ଟାରେ ପର୍ୟ଼୍ୟାୟକ୍ରମେ ଏକ ଡିପଡିପ୍ରେସନ ଓ ତାପରେ ଏକ ବାତ୍ୟା ବା ସାଇକ୍ଲୋନିକ ସର୍କୁଲେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ମେ ୨୬ ସଂନ୍ଧ୍ୟା ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ।

ବାଲେଶ୍ୱର ଏବଂ ଏହି ଜିଲ୍ଲା ଗୁଡିକୁ ରହିଛି ବଡ ବିପଦ ଭଦ୍ରକ, ମୟୂରଭଞ୍ଜ, ଯାଜପୁର ବୋଲି ସୁଚନା ଦେଇଛନ୍ତି ପାଣିପାଗ ବିଶେଷଙ୍ଗ । ତାଙ୍କ ମତରେ ଯଦି ‘ୟସ’ ବାତ୍ୟାର ରୁପ ନିଏ ତେବେ ଏହି ସବୁ ଜିଲ୍ଲା ଉପରେ ପଡି ପାରେ ଏହାର ସାଙ୍ଘାତିକ ପର୍ଭାବ ।(ଦୀପ୍ତିମାନ ପତି, ବାଲେଶ୍ୱର )