No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାକୁ ପ୍ରତିହିତ କରିବା ସକାଶେ ରାଜ୍ୟ ସରକାର ନାଇଟକର୍ଫ୍ୟୁ ସମେତ ଲକଡ଼ାଉନ ଓ ସପ୍ତାହନ୍ତ ସଟଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ଏପରିକି ବିନା କାରଣରେ ଘରୁ ବାହାରକୁ ବାହାରିଲେ ଜରିମାନା ଦେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଲୋକେ କରୋନା ଭୟ ସାଙ୍ଗକୁ ଜରିମାନାକୁ ଭୟ କରି ବାଧ୍ୟ ହୋଇ ଘରେ ରହୁଛନ୍ତି । ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ପ୍ରତ୍ୟହ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।
ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ମଧ୍ୟ ଅନ୍ୟାନ ସାମଗ୍ରୀର କିଛି ବ୍ୟବସାୟିକ ପ୍ରତିଷ୍ଠାନ ଲୁଚାଛପାରେ ଦୋକାନ ଖୋଲି ବ୍ୟବସାୟ କରି ଆସୁଥିବା ନଜିର ରହିଛି । ଶୁକ୍ରବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ଜଳଖିଆ ଦୋକାନ ଖୋଲି ବ୍ୟବସାୟ କରୁଥିବା ବେଳେ ପୁଲିସ ଚଢାଉ କରି ଦୋକାନକୁ ସିଲ କରିବା ସହ ୭ ହଜାର ଟଙ୍କା ଓ ହୋଟେଲ ନାରାୟଣ ଭବନ ନକଟରେ ଥିବା ଏକ ଚାହା ଦୋକାନକୁ ମଧ୍ୟ ସିଲ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସମାଗ୍ରୀର ଦୋକାନ ବଜାର ପଂଚସୂତ୍ରୀ ନିୟମ ପାଳନ କରି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଖୋଲା ରଖିବାକୁ ପରାମର୍ଶ ଦିଆଯାଇଛି, ପଂଚସୂତ୍ରୀ ନିୟମ ପାଳନ ନକଲେ ଦୋକାନ ସିଲ କରାଯିବ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ବ୍ୟବସାୟିକ ପ୍ରତିଷ୍ଠାନକୁ ବାଦ ଦେଲେ ଅନ୍ୟ କୌଣସି ଦୋକାନ ଖୋଲି ବ୍ୟବସାୟ କଲେ ଦୋକାନକୁ ସିଲ କରାଯିବା ସହ ଦୋକାନ ମାଲିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । (ରିପୋର୍ଟ – ଶୁସାନ୍ତ ପ୍ରଧାନ)
No Result
View All Result