No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯ ତାରିଖ ଠାରୁ ମଇ ଶେଷ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ନୂତନ ନିୟମ କାର୍ଯ୍ୟକାରୀ କରାଯାଇଛି । ବିବାହ କାର୍ଯ୍ୟ ସକାଶେ ସର୍ବାଧିକ ୨୫ ଓ ଶୁଦ୍ଧି କ୍ରିୟା ସକାଶେ ସର୍ବାଧିକ ୨୦ଜଣଙ୍କୁ ନେଇ ଆୟୋଜନ କରିବା ସହ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଆଣିବା ପାଇଁ ବାଧ୍ୟତା ମୂଳକ କରାଯାଇଛି । ଭୋଜିରେ ଖାଇବା ପାଇଁ ସମ୍ପୁର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ଖାଦ୍ୟ ପୁଡ଼ିଆ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରିବା ସକାଶେ ପରାମର୍ଶ ଦିଆଯାଇଛି । କୋଭିଡ଼ କଟକଣାକୁ ଅବମାନନା କରି ଶୁକ୍ରବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ଗୋଦରାପଲ୍ଲୀ ୧୨ଶହରୁ ଉର୍ଦ୍ଧ୍ୱ ଲୋକଙ୍କ

ପାଇଁ ଭୋଜିର ଆୟୋଜନ କରିବା ସହ ପ୍ରଶାସନ ନିକଟରୁ ଅନୁମତି ନଆଣି ଭୋଜିର ଆୟୋଜନ କରାଯାଇଥିଲା । ଖବର ପାଇ ହିଞ୍ଜିଳିକାଟୁ ପ୍ରଶାସନିକ ଅଧିକାରୀ ଓ ଗୋଦରାପଲ୍ଲୀ ଗ୍ରାମରେ ଚାଲିଥିବା ବିବାହ ଭୋଜିକୁ ବନ୍ଦ କରିବା ସହ ଆୟୋଜକଙ୍କ ଠାରୁ ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଅନୁରୁପ ଭାବେ ସ୍ଥାନୀୟ ଥାନା ପୋଚିଲିମା ଗ୍ରାମର ଜଣେ ଯୁବକଙ୍କ ବିବାହ ଭୋଜି ଘୋଢେଇଶୁଣୀ ମନ୍ଦିରରେ କରାଯାଇଥିବା ବେଳେ ପ୍ରଶାସନର ବିନା ଅପନୁମତିରେ ଭୋଜିର ଆୟୋଜନ କରାଯାଇଥିବାରୁ ଆୟୋଜକଙ୍କ ଠାରୁ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଭୋଜିରେ ରୋଷେଇ କରାଯାଇଥିବା ଖାଦ୍ୟକୁ ସ୍ଥାନୀୟ ଅଂଚଳର ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଶାସନର ଉପସ୍ଥିତିରେ ବଂଟନ କରାଯାଇଥିଲା । ଚଢାଉରେ ବିଡ଼ିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଆଡ଼ପଡ଼। ଫାଣ୍ଡି ଅଧିକାରୀ ରାଜନ ବିଷୋୟୀ, ବଡ଼ଖଣ୍ଡି ରାଜସ୍ୱ ନିରୀକ୍ଷକ ସଂଜୟ ବିଷୋୟୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । (ରିପୋର୍ଟ – ଶୁସାନ୍ତ ପ୍ରଧାନ)
No Result
View All Result