No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ପଂଚାୟତସ୍ଥ ବୈତରଣୀ ନଦୀର ନିଶଙ୍ଖପୁର ବାଲିଘାଣରେ ବ୍ୟାସନଗର ତହସିଲ ପକ୍ଷରୁ ଆଜି ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲିକ ନେତୃତତ୍ୱରେ ଚଢାଉ କରାଯାଇଥିଲା । ଘଟଣାସ୍ଥଳୁ ବେଆଇନିଭାବେ ବାଲି ବୋଝଇ ଏକ ମିନିଟ୍ରକ(୪୦୭) ସମେତ ୪ଟି ଟ୍ରାକ୍ଟରକୁ ଜବତ କରାଯାଇଛି । ୨ଟି ଟ୍ରାକ୍ଟରରୁ ୫୦୨୧୦ଟଙ୍କା ରୟାଲିଟି, ରେଡକ୍ରସ ଓ ଜରିମନା ରଖାଯାଇ ଛଡିଦିଆ ଯାଇଥିଲା ବେଳେ ଅନ୍ୟ ୩ଟି ଗାଡିକୁ ତାରାକୋଟ ରାଜସ୍ୱ କାର୍ଯ୍ୟାଳୟରେ ରଖାଯାଇଛି ।
ଆଜିର ଏହି ଚଢାଉରେ ଶ୍ରୀ ମଲିକଙ୍କ ସମେତ ତୁଳତି ରାଜସ୍ୱ ନିରୀକ୍ଷକ ସୁଜିତ କୁମାର ସାମଲ, କଂଟାଝରୀ ରାଜସ୍ୱ ନିରୀକ୍ଷକ କାଟେ ପୂର୍ତୀ ଓ ତାରାକୋଟ ରାଜସ୍ୱ ସହନିରୀକ୍ଷକ ସୁଧିରଞ୍ଜନ ମଲିକ ପ୍ରମୁଖ ସାମିଲ ହୋଇଥିଲେ । ପ୍ରକାଯେ, ବୈତରଣୀ ନଦୀର ମକୁନ୍ଦପୁର ପଂଚାୟତସ୍ଥ ନିଶଙ୍ଖପୁର ବାଲି ଘାଟଟି ତହସିଲ ପ୍ରଶାସନ ପକ୍ଷରୁ ନିଲାମ କରାଯାଇଥିଲେହେଁ ନିଲାମ କାର୍ଯ୍ୟର କାଗଜାତ ସରିନଥିବାରୁ ଘାଟଧାରୀ ବାଲି ଖନନ କରିପାରୁନାହଁନ୍ତି । ଏହାର ସୁଯୋଗରେ ଚୋରା ବାଲି ବ୍ୟବସାୟୀମାନେ ବେଆଇନିଭାବେ ମିନିଟ୍ରକ ଓ ଟ୍ରାକ୍ଟର ଲଗାଇ ଶହ ଶହ ଟ୍ରିପ ବାଲି ବୋହି ନେଉଛନ୍ତି । ଯାହାଫଳରେ ସରକାର ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲା ବେଳେ ବାଲିମାଫିଆ ନିୟମିତଭାବେ ବାଲିବୋହି ନେଇ ଅନାୟସରେ ବିକ୍ରିକରୁଛନ୍ତି ।
ଏନେଇ ଅଂଚଳବାସୀଙ୍କ ପକ୍ଷରୁ ଜିଲପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଜିଲାପାଳଙ୍କ ନିର୍ଦେଶରେ ଆଜି ସକାଳ ପ୍ରାୟ ୬ଟା ସମୟରେ ବ୍ୟାସନଗର ତହସିଲର ଅତିରିକ୍ତ ତହସିଲଦାର ଶ୍ରୀ ମଲିକ ସଦଳବଳେ ନିଶଙ୍ଖପୁର ବାଲି ଘାଟରେ ଚଢାଉ କରିଥିଲେ । ସେଠାରୁ ବାଲିବୋଝେଇ ଏକ ମିନିଟ୍ରକ ସମେତ ୪ଟି ଟ୍ରାକ୍ଟରକୁ ମିଶାଇ ୫ଟି ଗାଡିକୁ ଜବତ କରିଥିଲେ ା ୨ଟି ଟ୍ରାକ୍ଟରରୁ ଜରିମନା ରଖାଯାଇ ଛାଡି ଦିଆଯାଇଥିଲା ବେଳ ଅନ୍ୟ ୩ଟି ଗାଡିକୁ ଆଣାଯାଇ ନିକଟସ୍ଥ ତାରାକୋଟ ରାଜସ୍ୱ କାର୍ଯ୍ୟାଳୟରେ ରଖାଯାଇଥିବା ଅତିରିକ୍ତ ତହସିଲଦାର ଶ୍ରୀ ମଲିକଙ୍କ ଠାରୁ ଜଣାପଡିଛି ।(କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result