ବିଧାନସଭା ସଚିବାଳୟ ପକ୍ଷରୁ ଆତଙ୍କବାଦ ନିରୋଧ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ଭୁବନେଶ୍ୱର :- ବିଧାନସଭା ସଚିବାଳୟ ପକ୍ଷରୁ ଆଜି ଆତଙ୍କବାଦ ନିରୋଧ ଦିବସ ପାଳିତ ହୋଇଯାଇଛି । ସଂପୂର୍ଣ୍ଣ କୋଭିଡ୍‌ କଟକଣା ନିୟମ ଅନୁସାରେ ପାଳିତ ହୋଇଥିବା ଏହି ଦିବସରେ ମୁଖ୍ୟଅତିଥି ଭାବେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଯୋଗଦେଇଥିଲେ ।

ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହ ଆତଙ୍କବାଦ ବିରୋଧରେ ସାମୂହିକ ସଂଗ୍ରାମ ପାଇଁ ବିଧାନସଭା ସଚିବ ଉପସ୍ଥିତ ସମସ୍ତ କର୍ମଚାରୀଙ୍କୁ ଶ ପଥ ପାଠ କରାଇଥିଲେ ।