ଚାନ୍ଦପୁର କୋଭିଡ ସେଣ୍ଟରରେ ରୋଗୀ ଅବହେଳିତ ଅବସ୍ଥାରେ ; ଜାଣି ଶୁଣି ପ୍ରଶାସନର ନାହିଁ ଉତ୍ତର

ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ଚାନ୍ଦପୁର  :- ରଣପୁର ରାଜମାତା ଙ୍କ ଦ୍ଵାରା ନିର୍ମିତ ଚାନ୍ଦପୁର ବସନ୍ତ ମଞ୍ଜରୀ ଟିଭି ହସ୍ପିଟାଲ ପାଲଟିଛି କୋଭିଡ କେୟାର । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର କୋଭିଡ ସେଣ୍ଟର ରେ ଚାଲିଛି କୋଭିଡ ରୋଗୀଙ୍କ ଚିକିତ୍ସା । ହେଉନାହିଁ ସାଧାରଣ ଅବା ଯକ୍ଷ୍ମା ରୋଗୀ ଙ୍କ ଚିକିତ୍ସା । ଚାନ୍ଦପୁର କୋଭିଡ ସେଣ୍ଟର ରେ ଚିକିତ୍ସା ରତ ଥିବା କାଳୁପଡା କରୋନା ରୋଗୀ ଙ୍କର ମୃତ୍ୟୁ ଖବର ପଠାଇ ପରିବାର କୁ ଡାକି ଅନ୍ୟ ରୋଗୀର ମର ଶରୀରକୁ ଦେଖାଇ ଭୁଲ ମାଗିଲେ ମେଡିକାଲ ଅଧିକାରୀ । ପରିବାର ର ବିନା ଅନୁମତି ରେ ଭୁଲ ବଶତଃ ଶବ ଦାହ କରି ଦେଇଛନ୍ତି ବୋଲି ମେଡ଼ିକାଲ ଅଧିକାରୀ ଏବଂ କର୍ମଚାରୀ ପ୍ରକାଶ କରିଛନ୍ତି । ପରେ ଉକ୍ତ ରୋଗୀଙ୍କ ପରିବାର ସମ୍ମୁଖରେ କ୍ଷମା ମାଗିଥିଲେ ଅଧିକାରୀ ବୃନ୍ଦ , ଏହି ଭଳି ବେପରୁଆ ଘଟଣା ଘଟିଛି ଚାନ୍ଦପୁର କୋଭିଡ଼ କେୟାର ଠାରେ । ଏଭଳି ଅନିୟମିତତା ଭାବେ ଚାଲିଛି ଚାନ୍ଦପୁର କୋଭିଡ କେୟାର l

ଏଠାରେ ପ୍ରଶାସନିକ ଅଧିକାରୀ ଆଡିସନାଲ ତହସିଲଦାର ଥିଲେ ହେଁ ରୋଗୀ ଙ୍କ ସ୍ୱାସ୍ଥ୍ୟ ଅବା ମେଡ଼ିକାଲ ରେ ଦେଖାଯାଉନାହିଁ କୌଣସି ସୁବିଧାଜନକ ବ୍ୟବସ୍ଥା , ରୋଗୀଙ୍କୁ ସମୟାନୁସାରେ ଖାଦ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି । ଏଠାରେ ସରକାର ଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ନେଇଥିବା ଡ଼ଃ. ତିନରା ଏଥି ପ୍ରତି ସମ୍ପୂର୍ଣ୍ଣ ଅବହେଳିତ ଥିବା ବେଳେ ରୋଗୀ ଙ୍କ ପାଖ ମାଡୁନାହାନ୍ତି ଡାକ୍ତର । ଖାଦ୍ୟପେୟ , ରୋଗୀ ଙ୍କ କକ୍ଷରେ କ୍ୟାମେରା ଅବା ଭିଡିଓ କଲିଂସେବା , ରୋଗୀ ଙ୍କ ପାଇଁ ସୂଚନାଫଳକ ର ସୁବିଧା ଏବଂ ରୋଗୀଙ୍କ ତତ୍କାଳ ଅବସ୍ଥା ବିଷୟରେ ଅବଗତ କରାଇବା ପାଇଁ କିଛି ବରିଷ୍ଠ ନାଗରିକ ଦାବି କରିଥିବା ବେଳେ ଦାୟିତ୍ୱ ବହନ କରୁଥିବା ସମ୍ ମେଡିକାଲ ପ୍ରତିନିଧି ଙ୍କ ଠାରୁ ଅସନ୍ତୋଷଜନକ ଉତ୍ତର ମିଳୁଥିବା ଜଣାପଡିଛି ।

ଉଚ୍ଚସ୍ଥ ଅଧିକାରୀ ଏହି କୋଭିଡ କେୟାରରେ କୌଣସି ଅବହେଳା ନଥିବା କଥା ସ୍ପଷ୍ଟ କରିଛନ୍ତି । ଫଳରେ ସାଧାରଣରେ ଜନଅସନ୍ତୋଷ ଦେଖା ଦେଇଛି । ଖାଲି ଏତିକି ନୁହେଁ ଓଡ଼ଗାଁ , ଜଟଣି , ଉଆସପ୍ରସାଦ , ନୟାଗଡ଼ ରୁ ଚିକିତ୍ସିତ ହେଉଥିବା ରୋଗୀ ଯନ୍ତ୍ରଣା ଅନୁଭବ କରୁଛନ୍ତି । ମେଡ଼ିକାଲ ଷ୍ଟାଫ ଙ୍କ ର କୋଭିଡ ସେଣ୍ଟର ପ୍ରତି ଥିବା ଅବହେଳା ,ବେଖ୍ୟାଲ ମନୋବୃତ୍ତି ଦେଖି ଜନ ବିଭ୍ରାନ୍ତ ଉପୁଜୁଥିବା ଲକ୍ଷ୍ୟ କରା ଯାଉଛି