No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ମଇ ଶୁକ୍ରବାର ) ଚାନ୍ଦପୁର :- ଚାନ୍ଦପୁର ପୋଲିସ ଷ୍ଟେସନ ଠାରେ ପାଳିତ ହୋଇଯାଇଛି ଆତଙ୍କବାଦ ବିରୋଧୀ ଦିବସ । ଏହି ବିରୋଧୀ ଦିବସ ଅବସରରେ ଶପଥ ଗ୍ରହଣ କରିଛନ୍ତି ଚାନ୍ଦପୁର ଥାନାସ୍ଥ ସମସ୍ତ ଥାନା ଅଧିକାରୀ । ଏହି ଦିନ ମାନ୍ୟବର ସପ୍ତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତଙ୍କବାଦୀ ମାନେ ହତ୍ୟା କରିଥିଲେ ।
ତେଣୁ “ମାନବ ଜୀବନ ଏଵଂ ମୁଲ୍ୟବୋଧ ” କୁ ପୁନଃ ସ୍ଥାପିତ କରିବା ପାଇଁ ବିଭାଜନକାରୀ (ବିବାଦକାରୀ) ବାହିନୀ ଙ୍କ ବିରୁଦ୍ଧରେ ଲଢ଼ିବାକୁ ପ୍ରତିଶ୍ରୁତି ନେଇଛନ୍ତି । ଥାନା ଆଇଆଇସି ରଶ୍ମି ରଞ୍ଜନ ଦାଶ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
No Result
View All Result