ଘର ନାଇଁ କି ଭତ୍ତା ନାଁଇ ବୟସ ବୃଦ୍ଧ ବୃଦ୍ଧା ଙ୍କୁ ଏକାଅଶୀ ଛୁଇଁଲାଣି । ଖପ୍ରାଖୋଲ ବ୍ଳକ ପ୍ରଶାସନ ର ନିଘା ପଡ଼ୁ ନାହିଁ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମେ ଶୁକ୍ରବାର) ପାଟଣାଗଡ଼ :- ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନା ରେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା , ବିଧବା ଭତ୍ତା ,ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେଉଛନ୍ତି। ହେଲେ ବାସ୍ତବରେ ଯୋଜନା ପ୍ରକୃତ ଯୋଗ୍ୟ ହିତାଧିକାରୀ ଙ୍କ ପାଇଁ ଅପହଞ୍ଚ ହେଉଛି । ସୁଚନା ଅନୁସାରେ ବଲାଙ୍ଗୀର ଖପ୍ରାଖୋଲ ବ୍ଳକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗ୍ରାମ ପୁରନାଗ ( ୮୧ ) ଓ ତାଙ୍କ ପତ୍ନୀ ପ୍ରେମକାନ୍ତୀ ନାଗ (୭୫) । ଏହି ବୃଦ୍ଧ ବୃଦ୍ଧା ଦୁହେଁ ଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି ।

ସରକାର ୬୨ ବର୍ଷ ବୟସ ରୁ ବାର୍ଦ୍ଧକ୍ୟ ଭତ୍ତା ମିଳିବାର ନିୟମ ରହିଛି ହେଲେ ତାହା ଠିକ ଭାବରେ କାର୍ଯ୍ୟ କାରି ହେଉଥିବା ଯୋଗୁଁ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇଥିବା ବେଳେ କମ ବୟସ୍କ ଲୋକେ ନିଜ ବୟସ ଜନ୍ମ ତାରିଖ କୁ ଜାଳିଆତି କରି ଭତ୍ତା ହାତେଇ ଥିବା ମଧ୍ୟ ଜଣାପଡିଛି । ହେଲେ ପୁର ଙ୍କୁ ୮୧ ବର୍ଷ ହେଉଥିବା ବେଳେ ସରକାର ନିୟମ ଅନୁସାରେ ପୁର ବର୍ଦ୍ଧିତ ଭତ୍ତା ପାଇବାର ଯୋଗ୍ୟ ହିତାଧିକାରୀ ହୋଇଥିଲା ବେଳେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା ପରିତାପର ବିଷୟ ହେଉଛି ।

ପୁର ଓ ତାଙ୍କ ପତ୍ନୀ ପ୍ରେମକାନ୍ତୀ ଙ୍କ ଘର ଓ ଭତ୍ତା ଯୋଗାଇ ଦେବାକୁ ସେବା ଚେରି ଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀ ସୁନୀଲ ସିଂ ଖପ୍ରାଖୋଲ ବିଡିଓ ତରଣୀ ସୁନା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଏନେଇ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ,ଓ ବଲାଙ୍ଗୀର ଜିଲ୍ଲାପାଳ ,5T ସଚିବ ଙ୍କ ଟୁଇଟ ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ଦୁଇ ବୃଦ୍ଧ ବୃଦ୍ଧା ଙ୍କୁ ଭତ୍ତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି ।(ପାଟଣାଗଡ଼/ଗୋରେଖନାଥ ବରିହା )