ଅଣାୟତ ହେଉଛି କରୋନା ସ୍ଥିତି ଆଜି ରଣପୁର ରେ ୩୭ ପଜେଟିଭ – ୨ ମୃତ ବ୍ୟାଙ୍କ କର୍ମଚାରୀ ସଂକ୍ରମିତ

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ରଣପୁର :- ମହାମାରୀ କରୋନା ଦିନ କୁ ଦିନ କାୟା ବିସ୍ତାର କରିଚାଲିଛି । ଯାହଫଳରେ ସାଧାରଣ ଜନତା ଏବେ ଭୟଭିତ ହୋଇଯାଇଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଥିବାରୁ କରୋନା ରୋଗୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହି ଭଳି ଟିକାର ଅଭାବ ରୁ ୫ ଦିନ ଧରି ରଣପୁର ଅଚଂଲରେ ଟିକା ଦାନ ବନ୍ଦ ରହିଛି । ପ୍ରତି ଗ୍ରାମ ରେ ଏବେ ଜର ରୋଗୀ ଙ୍କର ସଂଖ୍ୟା ବଢୁଥିବା ଜଣାଯାଇଛି । ଆକ୍ରାନ୍ତ ରୋଗୀ ମାନେ ରଣପୁର ମେଡିକାଲ ଆସିଲେ ଆବଷ୍ୟକୀୟ କିଟ ଅଭାବରୁ ଫେରିବାକୁ ପଡୁଛି । ରଣପୁର ଅଚଂଳରେ ପ୍ରତିଦିନ ୩୦୦ ରୁ ଉର୍ଦ୍ଦ କିଟ ଦରକାର ପଡୁଥିବାବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ମାତ୍ର ୫୦-୬୦ ଟି କିଟ ଯୋଗାଇ ଦିଆଯାଇଛି ।

ଯାହାଫଳରେ ବୈଶାଖର ମୁଣ୍ଡ ଫଟା ଖାରା ରେ ଲୋକାମାନେ ଧାଡି ରେ ଦୀର୍ଘ ସମୟ ଠିଆ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି । ସେହିଭଳି ଆବଶ୍ୟକୀୟ ପରିମାଣ ଟିକା ଅସୁନଥିବାରୁ ରଣପୁର ଅଚଂଳ ରେ ଟିକାଦାନ ବନ୍ଦ ରହିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଦୈନିକ ୧୦୦୦ ରୁ ଉଦ୍ଧ ଟିକା ଆବଷ୍ୟକ କରୁଥିବାବେଳେ ୮/୧୦ ଦିନ ରେ ୨୦୦ ଆସୁଛି । ଯାହାଫଳରେ ଟିକା ନଦେଇ ଲୋକମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଛି । ଆଜି ରଣପୁର ବ୍ଲକ ଅଚଂଳରେ ୩୭ ଟି ପଜେଟିଭ ହେଇଥିବାବେଳେ ୨ ଜଣ ମୃତ୍ୟୁ ବରଣ କରିଛନ୍ତି । ରଣପୁର ଏନଏସି ରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଲୋଧାଚୁଆ ପଚାଂୟତ ର ବାଲିଆ ଗ୍ରାମ ରେ କରୋନା ଚିହ୍ନଟ ହୋଇ ଘରେ ସଙ୍ଗରୋଦ୍ଦ ରେ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଯାହାଫଳରେ ସାଧାରଣ ରେ ଭୟ ସୃଷ୍ଟି ହୋଇଛି । ଆଜି ସୁନାଖଳା ରେ ୪୪ ଟି ଟେଷ୍ଟ ହୋଇଥିବାବେଳେ ୧୪ ଟି ପଜେଟିଭ ବହାରିଥିଲା । ସେଥିମଧ୍ୟ ରୁ ବିନୋଦପଡା ରୁ ୩ ଟି , ତାଳକଣି ରୁ ୩ ଟି , ସୁନାଖଳା ରୁ ୩ ଜଣ , କୋଟଗଡ ରୁ ୧ ଜଣ, ସୁର୍‌କାବାଡି ରୁ ୩ ଟି , ଉଆସପାଟଣା ରୁ ୧ ଜଣ ସଙ୍କ୍ରମିତ ହୋଇଥିବା ଜଣାଯାଇଛି । ସେହିଭଳି ରଣପୁର ମେଡିକାଲ ରେ ୬୦ ଜଣ ଙ୍କର ଟେଷ୍ଟ କରାଯାଇଥିଲା । ସେଥି ମଧ୍ୟ ରୁ ୨୩ ଜଣ ପଜେଟିଭ ବହାରିଥିବା ଜଣାଯାଇଛି ।

ମଝିଆଖଣ୍ଡ ରୁ ୨ ଜଣ ଅଡାଲ ରୁ ୧ ଜଣ , ଗୋପାଳପୁର ରୁ ୨ ଜଣ , ରଣପୁର ରୁ ୭ ଜଣ , ଲୋଧାଚୁଆ ରୁ ୧ ଜଣ , ଆରଡା ରୁ ୧ ଜଣ ବଗଲ ରୁ ୧ ଜଣ , ନୂଆବେତୁଲି ରୁ ୧ ଜଣ , ଶଙ୍ଗମୁଳ ରୁ ୧ ଜଣ , ଗଡବାଣିକିଲୋ ୧ ଜଣ , ବାଲିପାଟଣା ୧ ଜଣ , ମହତପଲ୍ଲା ୧ ଜଣ , ଶ୍ରୀକୃର୍ଷଂପୁରୁ ୧ ଜଣ ପଜେଟିଭ ବାହାରିଥିବା ଜଣାଯାଇଛି । ସେହିଭଳି ରଣପୁର ଷ୍ଟେଟ ବ୍ୟାଙ୍କ ର ଜଣେ କର୍ମଚାରୀ ଙ୍କର କରୋନା ପଜେଟିଭ ହୋଇଥିବାରୁ ବ୍ୟଙ୍କ କୁ ଯାଉଥିବା ଉପଭୋକ୍ତା ଙ୍କ ମଧ୍ୟ ରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏବେ ସପୃକ୍ତ କର୍ମଚାରୀ ହୋମ ଆୟୁସଲେସନ ରେ ଥିବା ଜଣାଯାଇଛି ।