No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବା ବେଳେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୯ ତାରିଖ ଠାରୁ ମଇ ଶେଷ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ନୂତନ ନିୟମ କାର୍ଯ୍ୟକାରୀ କରାଯାଇଛି । ବିବାହ କାର୍ଯ୍ୟ ସକାଶେ ସର୍ବାଧିକ ୨୫ ଓ ଶୁଦ୍ଧିସକ୍ରିୟା ସକାଶେ ସର୍ବାଧିକ ୨୦ଜଣଙ୍କୁ ନେଇ ଆୟୋଜନ କରିବା ସହ ସ୍ଥାନୀୟ ପ୍ରଶାସନ ନିକଟରୁ ଅନୁମତି ଆଣିବା ପାଇଁ ବାଧ୍ୟତା ମୂଳକ କରାଯାଇଛି ।
ଭୋଜିରେ ଖାଇବା ପାଇଁ ସମ୍ପୁର୍ଣ୍ଣ ବାରଣ କରାଯାଇଥିବା ବେଳେ କେବଳ ଖାଦ୍ୟ ପୁଡ଼ିଆ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରିବା ସକାଶେ ପରାମର୍ଶ ଦିଆଯାଇଛି । କୋଭିଡ଼ କଟକଣାକୁ ଅବମାନନା କରି ୫ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରିବା ସହ ପ୍ରଶାସନ ନିକଟରୁ ଅନୁମତି ନଆଣି ଭୋଜିର ଆୟୋଜନ କରାଯାଇଥିଲା । ଖବର ପାଇ ହିଞ୍ଜିଳିକାଟୁ ପ୍ରଶାସନିକ ଅଧିକାରୀ ହିଞ୍ଜିଳି ଥାନା ନୁଆଁଗଡ଼ ଓ ଗୋଦରାପଲ୍ଲୀ ଗ୍ରାମରେ ଚାଲିଥିବା ୨ଟି ବିବାହ ଭୋଜିକୁ ବନ୍ଦ କରିବା ସହ ଆୟୋଜକଙ୍କ ଠାରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଚଢାଉରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result