No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ମୋହନା :- ଗଜପତି ଜିଲ୍ଲା ରା.ଉଦୟଗିରି ଥାନାରେ ପୂର୍ବରୁ ଥିବା ଥାନା ଅଧିକାରିଣୀ ମମତା ନାୟକ ପଦୋନ୍ନତି ପାଇ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ତାଙ୍କରି ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାରେ ଥାନା ଏସ୍ଆଇ ଥିବା ରବିନ୍ଦ୍ର କୁମାର ପଣ୍ଡା ପଦୋନ୍ନତି ପାଇ ରା, ଉଦୟଗିରି ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।
ସେ ନିଜ ପ୍ରତିକ୍ରିୟାରେ କୋଭିଡ ନିୟମକୁ କଡାକଡି ପାଳନ କରିବା, ମାସ୍କ, ସାନିଟାଇଜର, ସାମାଜିକ ଦୂରତା ରକ୍ଷା କରିବା, ପୁଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ଭାଇଚାରା ରକ୍ଷା କରିବା, ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୁଙ୍ଗଳା ବଜାୟ ରଖିବା ଓ ଶିକ୍ଷିତ ଯୁବକ ଏବଂ ସାଧାରଣ ଲୋକେ ନୀଳ ଜହର ବ୍ୟବସାୟ ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result