No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାକୁ ପ୍ରତିହିତ କରିବା ସକାଶେ ରାଜ୍ୟ ସରକାର ନାଇଟକର୍ଫ୍ୟୁ ସମେତ ଲକଡ଼ାଉନ ଓ ସପ୍ତାହନ୍ତ ସଟଡ଼ାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ଏପରିକି ବିନା କାରଣରେ ଘରୁ ବାହାରକୁ ବାହାରିଲେ ଜରିମାନା ଦେବାକୁ ପଡୁଛି । ସଟଡ଼ାଉନ ସମୟରେ ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହୁଥିବା ବେଳେ ଲକଡ଼ାଉନ ସମୟରେ ପ୍ରତ୍ୟହ ସକାଳ ୬ଟାରୁ ୧୨ ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଲକନାଉନ ସମୟରେ ମଦ ଦୋକାନକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା ।
ହେଲେ ରାଜସ୍ୱ କ୍ଷତି ହେଉଥିବାରୁ ୧୭ ତାରିଖ ଠାରୁ ପ୍ରତ୍ୟହ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ଦୋକନକୁ ଗ୍ରାହକ ଆସି ମଦ ନେବା ପରିବର୍ତେ ହୋମ ଡ଼େଲିଭରି ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଥି ପାଇଁ ଗ୍ରାହକ ମାନେ ହ୍ୱାଟ୍ସଅପ, ଏସଏମଏସ କିମ୍ବା ଫୋନ କଲ ମାଧ୍ୟମରେ ଯୋଗଯୋଗ କରି ନିଜ ମନ ପସନ୍ଦର ମଦ ଅର୍ଡ଼ର କରିପାରିବେ । ଏଥି ସକାଲେ ଗ୍ରାହକଙ୍କୁ ଡ଼େଲିଭରି ଚାର୍ଜ ଦେବାକୁ ପଡ଼ିବ ବୋଲି କୁହଯାଇଛି । ମାତ୍ର ହିଞ୍ଜିଳିକାଟୁ ସହରରେ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ଦେଖିବାକୁ ମିଳିଛି । ମଦ କିଣିବା ପାଇଁ ଗ୍ରାହକଙ୍କୁ ପୂର୍ବପରି ମଦ ଦୋକାନ ପର୍ଯ୍ୟନ୍ତ ଆସିବାକୁ ପଡୁଛି । ଯଦ୍ୱାରା ପୂର୍ବଭଳି ମଦ ଦୋକାନ ସମ୍ମୁଖରେ ଗ୍ରହକଙ୍କ ଭିଡ଼ ପରିଲିକ୍ଷିତ ହେଉଛି । ସାମାଜିକ ଦୂରତ୍ୱ ରକ୍ଷା ତ ଦୂରର କଥା ଏଭଳି ଭାବେ ଗ୍ରାହକଭ୍କ ଭିଡ଼ ଜଭୁଛି ଯେ, ସତେ ଯେପରି କରୋନା ଭୁତାଣୁକୁ ନିମନ୍ତ୍ରଣ କଲା ଭଳି ମନେ ହେଉଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ପ୍ରଦାନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
(ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result