• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇଏଲ୍ ପିଏଫ୍ ର କୋଭିଡ ରିଲିଫ୍ ଖାଦ୍ୟ ବଣ୍ଟନ ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
May 19, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଆଇଏଲ୍ ପିଏଫ୍ ର କୋଭିଡ ରିଲିଫ୍ ଖାଦ୍ୟ ବଣ୍ଟନ ଆରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ଭୁବନେଶ୍ୱର/ ନୂଆଦିଲ୍ଲୀ / ଲଣ୍ଡନ  :- କରୋନା ମହାମାରୀ ପ୍ରକୋପ ଏବଂ ଲକଡାଉନ ଓ ସଟଡାଉନ୍ ରାଜ୍ୟବାସୀ ତଥା ଦେଶ ବାସୀଙ୍କ ଜୀବନ ଶୈଳୀକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି ମହାମାରୀ ଆକ୍ରାନ୍ତ ରୋଗୀର କରୁଣ ଅବସ୍ଥା ହୃଦୟ ବିଦାରକ। ଆଜି ମନୁଷ୍ୟ ପ୍ରାୟ ନିଜର ଆତ୍ମୀୟ ସଜନ ଙ୍କୁ ହରାଇ ଦୁଃଖ ସମୁଦ୍ରରେ ନଡ଼ା ଖିଅର ସାହାଯ୍ୟ ପାଇଁ ପ୍ରତ୍ୟେକ ମୁହୁର୍ତ୍ତରେ ଆଶାବାଦୀ। ଚିକିତ୍ସାଳୟରେ ରୋଗ ସହିତ ଯୁଦ୍ଧ କରୁଥିବା ମନୁଷ୍ୟର ଆତ୍ମୀୟ ସଜନ ଙ୍କୁ ନା ତାଙ୍କଦେଖିବାର ସୁଯୋଗ ମିଳିଥାଏ, ନା ତାଙ୍କ ପାଖରେ ପହଁଚିବା ପାଇଁ ସାଧନ ମିଳିଥାଏ। ନା ଖାଦ୍ୟ ଏପରିକି ପାଣି ଟୋପାଏ ମଧ୍ୟମିଳି ନଥାଏ। ଆଧୁନିକ ଦୁନିଆରେ ଉତ୍ତମ ଭୋଜନାଳୟ ଓ ଅନଲାଇନ ଜରିଆରେ ଆହାର କ୍ରୟର ସୁବିଧା ଉପଲବ୍ଧ ଥିଲେ ମଧ୍ୟ ସାଧାରଣ ଲୋକ ପକ୍ଷେ ଅସମ୍ଭବ।

ଅନେକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଆହାର ବଣ୍ଟନର ବ୍ୟବସ୍ଥା ଥିଲେ ମଧ୍ୟ ରୋଗୀଙ୍କ ଆତ୍ମୀୟ ସଜନ ଅପେକ୍ଷାରତ ରହି ଉକ୍ତ ସୁବିଧା ପାଇ ପାରୁ ନାହାନ୍ତି । ଉକ୍ତ ସମସ୍ୟା ମାନଙ୍କୁ ବିଶେଷ ଭାବେ ଅନୁଧ୍ୟାନ ଓ ହୃଦୟଙ୍ଗମ କରି ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ(ଆଇଏଲ୍ ପିଏଫ୍) ଓ ସିଆରପିଟିଏସ୍ ଏକ ସ୍ବେଚ୍ଛାସେବୀ ସଂଗଠନ ନିଜର ସ୍ବେଚ୍ଛା ସେବକ ମାନଙ୍କ ଦ୍ବାରା ସାହାଯ୍ୟ ଓ ଅନୁକମ୍ପାର ହସ୍ତ ବିସ୍ତାରଣ କରିଛି। ସଂଗଠନର କାଯ୍ୟର୍କର୍ତ୍ତା ଭୁବନେଶ୍ବର ପୌରପାଳିକା କୋଭିଡ଼ ନିୟମ ଅବଲମ୍ବନ ପୂର୍ବକ ସଫାସୁତୁରା ସୁଷମ ଖାଦ୍ୟକୁ ପୁଡ଼ିଆ କରି କୋଭିଡ଼ ନିୟମ ଅନୁସାରେ ଚିକିତ୍ସାଳୟ ମାନଙ୍କ ସମ୍ମୁଖରେ ବଣ୍ଟନ କରିବାକୁ ପ୍ରସ୍ତୁତ ହୋଇଛି। ଯାହାର ଶୁଭାରମ୍ଭ ତା୧୮ ମଇ ୨୦୨୧ ରିଖ ମଙ୍ଗଳବାର ଦିନ ପଟିଆ ସ୍ଥିତ କିମ୍ସ ଚିକିତ୍ସାଳୟରେ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଆଗକୁ ଗ୍ରାମୀଣ ଓ ଉପଗ୍ରାମୀଣ ସ୍ତରରେ ମଧ୍ୟ କରାଯିବ। 

ଉମାକାନ୍ତ ପାଢ଼ୀ ଜଣେ ସିଭିଲ ଇଂଜିନିୟର ତଥା ଆଇଏଲ୍ ପିଏଫର ଟ୍ରଷ୍ଟି, ନିଜର ଦୃଢ଼ ମନୋବଳ,ଉଦାରତା ଓ ପରୋପକାର ସ୍ବଭାବ ଉତ୍ସପୂର୍ବକ ଏହି ମହାମାରୀର ବିଭତ୍ସ ଋପକୁ ଅଣଦେଖା କରି ଦିବାରାତ୍ରୀ ସହଯୋଗୀ ମନୋରଞ୍ଜନ ମହାରଣା, ବିମଳ ଦାଶ, ଗାର୍ଗୀ ରାଉତ ଓ ମଧୁସ୍ମୀତା ବାରିକ ଙ୍କ ସହଯୋଗରେ ଲୋକ କଲ୍ୟାଣ ନିମିତ୍ତ କର୍ମ ପଥରେ ଆଗେଇ ଚାଲିଛନ୍ତି। ଏହୀ ସଂଗଠନ କୁ ୯୦୭୮୭୦୦୧୧୧/୯୯୩୭୩୯୬୭୯୬ ନଂ ରେ ଯୋଗାଯୋଗ କଲେ ଯେକୌଣସି ସମୟରେ ସମସ୍ୟାର ସମାଧାନ ସହ ସାହାଯ୍ୟ ମିଳି ପାରିବ। କରୋନା ରୋଗୀ ମାନଙ୍କର ସଂଖ୍ୟା ବର୍ଦ୍ଧନ, ଚିକିତ୍ସାଳୟର ଅଭାବ। ଶତକଡ଼ା ୮୦ ପ୍ରତିଶତର ଅଧିକ ରୋଗୀ ବିନା ଲକ୍ଷଣ କିମ୍ବା ଅଳ୍ପ ଲକ୍ଷଣ ଯୁକ୍ତ ଏବଂ ଲକଡାଉନ ସମୟର । ଏ ସମସ୍ତ ଚାପରେ ଆକ୍ରନ୍ତ ଳୋକ ମାନଙ୍କ ପାଇଁ ଏକ ଭଲ ଖବର ହେଉଛି ବିନା ଲକ୍ଷଣ କିମ୍ବା ଅଳ୍ପ ଲକ୍ଷଣ ଯୁକ୍ତ ରୋଗୀ ମାନେ ଘରେ ରହି ସକାଳ ୯ ଘଟିକା ଠାରୁ ରାତ୍ରି ୧୦ ଘଟିକା ମଧ୍ୟରେ ୯୩୪୮୮୬୪୩୨୭/

୮୦୧୮୨୪୦୯୬୬/୯୭୭୭୭୦୭୬୬୮/୭୮୭୩୨୦୭୬୯୫ ନଂ ରେ ସଂପର୍କ କଲେ ଉତ୍ତମ ଚିକିତ୍ସା ପାଇପାରିବେ। ଦିଲ୍ଲୀ, ପୁନେ , ମୁମ୍ବାଇ, ବାଙ୍ଗାଲୋର, କୋଲକାତା, ଲକ୍ଷ୍ନୌ , ଚଣ୍ଡିଗଡ଼, ଗୁରୁଗ୍ରାମ , ଓଡ଼ିଶା ତଥା ଭାରତ ବାହାରୁ ଚିକିତ୍ସକ ମାନେ ଗତ ଦୁଇ ସପ୍ତାହ ହେଲା ୫୦୦ ରୁ ଅଧିକ ରୋଗୀ ମାନଙ୍କର ଚିକିତ୍ସା କରି ଆସୁଛନ୍ତି।
ସଂଗଠନ ପାଇଁ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ମାନଙ୍କର ଉତ୍ସାହ ବୃଦ୍ଧି ଓ ସେମାନଙ୍କୁ ଶୁଭକାମନା ନିମିତ୍ତ ଏକ ଭରଚୁଆଲ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଏମ୍ ଅକ୍ଷୟ(ଆଇଏଫଏସ୍) ସଞ୍ଜୟ ସିଂହ( ଆଇଆରଏସ୍) ଅଂଶୁମାନ ପଟ୍ଟନାୟକ(ଆଇଆରଏସ୍) ,

ପୂର୍ବତନ ଆର୍ନ୍ତର୍ଜାତୀୟ କ୍ରିକେଟର ଗଗନ ଖୋଡ଼ା, ପ୍ରମୁଖ ଯୋଗଦାନ କରିଥିଲେ। ନିତି ଆୟୋଗ କର୍ମକର୍ତ୍ତା ରବିନ୍ଦ୍ର ପ୍ରତାପ ସିଂ ଓ ଡ ମୋଦନ ମୋହନ ସେଠୀ(ଆଇଏଫଏସ) ସ୍ବାଗତ ଭାଷଣ ଦେଇଥିବାବେଳେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରସନ୍ନ କୁମାର ହୋତା(ଆଇଏଏସ୍) ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅଧିବେଶନରେ ସମ୍ମାନିତ ଅତିଥି ‌ଭାବେ ଯୋଗ ଦେଇ ବିଶ୍ୱ ଓଡ଼ିଶା ସମାଜ ର ଅଧ୍ୟକ୍ଷ କିଶୋର ଦ୍ବିବେଦୀ , ଆଇଏଲ୍ ପିଏଫ୍ ର ଏଭଳି ମାନବିକ ଯୋଗଦାନକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ସମସ୍ତ ପ୍ରକାର ସହାଯ୍ୟ ସହଯୋଗର ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଅନଲାଇନ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ କୁମାର ରାକେଶ , କୃପାନିଧି ବିଶ୍ୱାଳ, ପୀତବାସ ମିଶ୍ର, ଗଜେନ୍ଦ୍ର ସାହୁ, ସୁକାନ୍ତ ସାହୁ, ହୃଷିକେଶ ପାତ୍ର ଓ ଚିତାତ୍ମୀକା ଖଟ୍ଟୁଆ ପ୍ରମୁଖ ‌ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version