No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ମେ ମଙ୍ଗଳବାର )ଭୁବନେଶ୍ୱର :- ଭାରତର ଅଗ୍ରଣୀ ଟେଲିକମ୍ ଅପରେଟର୍ ୱି ପକ୍ଷରୁ ସଂପ୍ରତି ମହାମାରୀର ଦ୍ୱିତୀୟ ଲହର ସମୟରେ ଯୋଗାଯୋଗ (ସମ୍ପର୍କ)ରେ ରହିବାରେ ସହାୟତା ପ୍ରଦାନ କରିବା ଲାଗି ଏହାର ୬୦ ନିୟୁତ ନିମ୍ନ ଆୟକାରୀ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍-୧୯ ରିଲିଫ୍ ଅଫର୍ ଘୋଷଣା କରାଯାଇଛି ।
ଏକ ସ୍ୱତନ୍ତ୍ର ଅଫର୍ ଭାବେ, ସାଂପ୍ରତିକ ସ୍ଥିତିକୁ ନଜରରେ ରଖି ୬୦ ନିୟୁତରୁ ଅଧିକ ନିମ୍ନ ଆୟକାରୀ ଗ୍ରାହକମାନଙ୍କୁ ୱି ପକ୍ଷରୁ ୪୯ ଟଙ୍କିଆ ପ୍ୟାକ୍ ବିନା ମୂଲ୍ୟରେ ପ୍ରଦାନ କରାଯିବ । ଏହି ପ୍ୟାକ୍ରେ ମିଳିବ ୩୮ ଟଙ୍କାର ଟକ୍ଟାଇମ୍ ଓ ୧୦୦ ଏମ୍ବି ଡାଟା ସହିତ ୨୮ ଦିନର ବୈଧତା । ଏହା ଜରିଆରେ ଏହାର ଗ୍ରାହକମାନେ ସୁରକ୍ଷିତ ଭାବେ ଯୋଗାଯୋଗରେ ରହିପାରିବେ ବୋଲି ୱି ଆଶାବାଦୀ ରହିଛି ଏବଂ ଏଭଳି ଆହ୍ୱାନପୂର୍ଣ୍ଣ ସମୟରେ ସବୁ ଜରୁରୀ ସୂଚନା ପହଂଚାଇବ । ସ୍ୱତନ୍ତ୍ର ସୁବିଧା ଭାବେ ଏହି ଅଫର୍ରେ ଭିଆଇଏଲ୍ ପକ୍ଷରୁ ଦେଶର ନିମ୍ନ ଆୟକାରୀ ବର୍ଗର ବ୍ୟବହାରକାରୀମାନଙ୍କୁ ୨୯୪୦ ନିୟୁତ ଟଙ୍କା ମୂଲ୍ୟର ଲାଭ ପ୍ରଦାନ କରାଯିବ ।
ପୁନଶ୍ଚ, ୱି ପକ୍ଷରୁ ଏକ ନୂଆ କମ୍ବୋ ଭାଉଚର୍ ଆର୍ସି ୭୯ର ଶୁଭାରମ୍ଭ କରାଯାଇଛି ଯାହା ଜନସଂଖାର ଏକ ବଡ଼ ଭାଗକୁ ବିପୁଳ ଲାଭ ପ୍ରଦାନ କରିବ । ଏହି ସ୍ୱତନ୍ତ୍ର ରିଚାର୍ଜରେ ୧୨୮ ଟଙ୍କାର ଡବଲ୍ ଟକ୍ଟାଇମ୍ (୬୪+୬୪ ) ଓ ୨୦୦ ଏମ୍ବି ଡାଟା ୨୮ ଦିନର ସୀମିତ ସମୟର ବୈଧତା ସହ ଉପଲବ୍ଧ ହେବ ।
No Result
View All Result