• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି

Proprietor Abhimanyu Maharana by Proprietor Abhimanyu Maharana
May 18, 2021
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ଅଧିକାର ମାଇକ୍ରୋଫାଇନାନ୍ସ : ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଜଳ ଉପଲବ୍ଧ କରାଉଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ବଲାଙ୍ଗୀର :- ଦେଶର ଅନେକ ଭାଗ ଭଳି ଓଡ଼ିଶାର କେବିକେ (କୋରାପୁଟ-ବଲାଙ୍ଗୀର- କଳାହାଣ୍ଡି)ର ଅଧିକାଂଶ ଜିଲା ଅନେକ ସମୟରେ ଗୁରୁତର ଜଳ ସଙ୍କଟ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ । ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ତାପମାତ୍ରା ଶୀର୍ଷରେ ପହଞ୍ଚିବାବେଳେ ଅଧିକାଂଶ ନଳକୂପ ଏବଂ କୂପ ଆଦି ଶୁଷ୍କ ହୋଇଯାଇଥାଏ ଏବଂ ତଦ୍ଦ୍ୱାରା ଜଳଭାବ ପରିସ୍ଥିତି ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଥାଏ । ଏଭଳି ପରିସ୍ଥିତି ବିଶେଷକରି ଓଡ଼ିଶାର ପାର୍ବତ୍ୟ ଏବଂ ପଛୁଆ ଅଞ୍ଚଳରେ ସାଧାରଣ ଘଟଣା । ଏତଦ୍‍ବ୍ୟତୀତ ମିଳୁଥିବା ପାଣି ମଧ୍ୟ ପିଇବା ପାଇଁ ନିରାପଦ ନୁହେଁ । ୨୦୧୯ ନଭେମ୍ବରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ରିପୋର୍ଟରୁ ଜଣାଯାଇଥିଲା ଯେ ଓଡ଼ିଶାର ୩୦ ଜିଲା ମଧ୍ୟରୁ ୧୫ଟି ଜିଲାରେ ପାନୀୟ ଜଳ ପ୍ରଦୂଷିତ । ବଲାଙ୍ଗୀରରେ ୪୦ଟି ଜନବସତିରୁ ସଂଗୃହୀତ ନମୁନା ମଧ୍ୟରୁ ୩୨ଟି ଜନବସତି ନମୁନାରେ ପାନୀୟ ଜଳ ନିରାପଦ ନଥିବା ଲକ୍ଷ୍ୟ କରାଯାଇଥିଲା ।

ଜନସାଧାରଣଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଉପଲବ୍ଧ ସୁଗମ କରାଇବା ଲକ୍ଷ୍ୟରେ ଅଧିକାର ମାଇକ୍ରୋ ଫାଇନାନ୍ସ ଏକ ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ବିକଶିତ କରିଥିଲା । ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ଅଧିକାର ମାଇକ୍ରୋଫାଇନାନ୍ସ ବନ୍ଧକମୁକ୍ତ ଋଣ ଏକ ମିଳିତ ଦାୟବଦ୍ଧ ଗୋଷ୍ଠୀକୁ ପ୍ରଦାନ କରୁଛି ଯାହା ସେମାନଙ୍କୁ ଏକ ବୋର୍‍ୱେଲ ନିର୍ମାଣ ଦିଗରେ ସହାୟତା କରିବ, କାରଣ ବ୍ୟକ୍ତିଗତ ପରିବାରଗୁଡିକ ବୋର୍‍ୱେଲ ଖନନରେ ପୁଞ୍ଜି ଖଟାଇବା କଷ୍ଟକର । ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ବଲାଙ୍ଗୀର ଜିଲା ଭଟଲି ପଞ୍ଚାୟତର ପାଞ୍ଚଟି ମହିଳା ପରିବାର ଅଧିକାର ମାଇକ୍ରୋଫାଇନାନ୍ସ ସହିତ ଯୋଗାଯୋଗ କରିଥିଲେ । ଅଧିକାର ମାଇକ୍ରୋଫାଇନାନ୍ସର କ୍ଷେତ୍ର କର୍ମଚାରୀଙ୍କ ସହାୟତାରେ ସେମାନେ ଏକ ମିଳିତ ଦାୟବଦ୍ଧ ଗୋଷ୍ଠୀ ଗଠନ କରିଥିଲେ, ଯାହାର ନାମ ବଜରଙ୍ଗବାଲି ମହିଳା ଗୋଷ୍ଠୀ ଏବଂ ତାହା ଜରିଆରେ ସେମାନେ ୧ ଲକ୍ଷ ଟଙ୍କା ଋଣ ପାଇଁ ଆବେଦନ କରିଥିଲେ ।

ଉକ୍ତ ପାଣ୍ଠି ଅର୍ଥକୁ ବୋର୍‍ୱେଲ ଖନନ, ବିଦ୍ୟୁତକରଣ, ପାଣି ପମ୍ପ ସ୍ଥାପନ ଏବଂ ସଦସ୍ୟ ପରିବାରଗୁଡିକୁ ପାଇପ ସଂଯୋଗ ଆଦିରେ ଖର୍ଚ୍ଚ କରାଯାଇଥିଲା । ଏବେ ପ୍ରତିଦିନ ପରିବାରଗୁଡିକ ସେମାନଙ୍କ ଘରୋଇ ବ୍ୟବହାର ନିମନ୍ତେ ୭୫୦ ଲିଟର ପାଣି ପାଇପାରୁଛନ୍ତି । ବୋର୍‍ୱେଲ ବର୍ଷତମାମ ସ୍ୱଚ୍ଛ ପାଣି ଯୋଗାଇବା ସହିତ ସେମାନଙ୍କର ସମୟ ମଧ୍ୟ ବଞ୍ଚାଉଛି । ଆଧାର ମାଇକ୍ରୋଫାଇନାନ୍ସ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରି ଜଣେ ସଦସ୍ୟା କହିଛନ୍ତି, “ପୂର୍ବରୁ ଗ୍ରାମର ସର୍ବସାଧାରଣ କୂଅରୁ ପାଣି ଆଣିବାକୁ ମୋତେ ଅନେକ ସମୟ ଅପଚୟ କରିବାକୁ ପଡୁଥିଲା । ଜଣେ ଦିନ ମଜୁରିଆ ହୋଇଥିବାରୁ ଏହା ମୋର ଆୟ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଥିଲା । ଅଧିକାର ମାଇକ୍ରୋଫାଇନାନ୍ସର ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମକୁ ଧନ୍ୟବାଦ, ମୁଁ ଏବେ ସୁସ୍ଥ ଏବଂ ସ୍ଥିର ଜୀବନ ନିର୍ବାହ କରିପାରୁଛି ।” ଅଧିକାର ମାଇକ୍ରୋଫାଇନାନ୍ସ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ମହମ୍ମଦ ଏନ ଅମିନ୍‍ କହିଛନ୍ତି, “ଗ୍ରାହକଙ୍କର ଆସ୍ଥା ଓ ବିଶ୍ୱାସ ଜିତି ଅଧିକାର ମାଇକ୍ରୋଫାଇନାନ୍ସ ଜନସାଧାରଣଙ୍କୁ ଜଳ, ପରିମଳ ଏବଂ ସ୍ୱାସ୍ଥ୍ୟରକ୍ଷା ଭଳି ମୌଳିକ ଆବଶ୍ୟକତାର ସୁଯୋଗ ଅନେକ ଗ୍ରାମାଞ୍ଚଳ ପରିବାର ପାଇଁ ଏକ ବାସ୍ତବତାରେ ପରିଣତ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ କାର୍ଯ୍ୟକରୁଛି । ସରକାରୀ ଜଳ ଯୋଗାଣ ଯଥେଷ୍ଟ ହେଉନଥିବାବେଳେ ଦରିଦ୍ର ଲୋକମାନେ ସ୍ୱଚ୍ଛ ଏବଂ ପର୍ଯ୍ୟାପ୍ତ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ଅଧିକାର ଦ୍ୱାରା ଏଭଳି ଏକ ପ୍ରୟାସ ପ୍ରତିଫଳିତ କରୁଛି ଯେ ଗୋଷ୍ଠୀ ବୋର୍‍ୱେଲ କାର୍ଯ୍ୟକ୍ରମ ଦ୍ୱାରା ସ୍ୱଚ୍ଛ ଏବଂ ପର୍ଯ୍ୟାପ୍ତ ଜଳ ଉପଲବ୍ଧତା ଅନେକ ଦରିଦ୍ର ପରିବାର ପାଇଁ ଏକ ବାସ୍ତବତା ହୋଇପାରିବ । ତେଣୁ ଓଡ଼ିଶାର ସମସ୍ତ ପରିବାର ପାଇଁ ସ୍ୱଚ୍ଛ ଜଳ ଉପଲବ୍ଧ କରାଇବା ଦିଗରେ ଆହୁରି ଅନେକ କିଛି କରିବାକୁ ବାକି ଥିବାବେଳେ ଏହି ଅଭିଯାନରେ ସାମିଲ ହେବାକୁ ମୁଁ ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଏବଂ ନାଗରିକ ସଂଗଠନଗୁଡିକୁ ଆମନ୍ତ୍ରଣ କରୁଛି ।” ଜଳଭାବ ବ୍ୟତୀତ ଜଳସ୍ତରରେ ଦ୍ରୁତ ହ୍ରାସ ମଧ୍ୟ ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇ କୁହାଯାଇଛି ଯେ ଓଡ଼ିଶାର ୨୪ଟି ଜିଲାରେ ଭୂତଳ ଜଳ ସ୍ତର ଆଗାମୀ ଦଶନ୍ଧି ସୁଦ୍ଧା ୨ ମିଟରରୁ ଅଧିକ ହ୍ରାସପାଇବ । ଭୂତଳ ଜଳର ସ୍ଥାୟୀ ପରିଚାଳନା ଦିଗରେ ଉଚିତ ପଦକ୍ଷେପ ନିଆନଗଲେ ସ୍ଥଜନସଂଖ୍ୟା ବୃଦ୍ଧି ସହିତ ପରିସ୍ଥିତି ଅଧିକ ଖରାପ ହୋଇପଡିବ । ଏହି ସମସ୍ୟାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଅଧିକାର ମାଇକ୍ରୋଫାଇନାନ୍ସ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲାରେ ହ୍ରାସ ପାଉଥିବା ଭୂତଳ ଜଳସ୍ତରରେ ଉନ୍ନତି ସାଧନ ଦିଗରେ କାର୍ଯ୍ୟ କରୁଛି । ୱାଟର ଡଟ୍‍ ଓଆରଜି ସହିତ ମିଶି ଅଧିକାର ମାଇକ୍ରୋଫାଇନାନ୍ସ ଏକ କୃତ୍ରିମ ଭୂତଳ ଜଳ ଭରଣା କାର୍ଯ୍ୟକ୍ରମ ଆରମ୍ଭ କରିଛି । କୃତ୍ରିମ ଭୂତଳ ଜଳ ଭରଣା ୟୁନିଟଗୁଡିକର ନିର୍ମାଣ ଦ୍ୱାରା ଭବିଷ୍ୟତରେ ଭୂତଳ ଜଳସ୍ତର ବୃଦ୍ଧିରେ ତାହା ବହୁଳ ଭାବରେ ସହାୟକ ହେବା ଆଶା କରାଯାଉଛି ।(ରିପୋର୍ଟ/ଗୋରେଖନାଥ ବରିହା)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଓମ ପ୍ରକାଶ ମିଶ୍ର

ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଓମ ପ୍ରକାଶ ମିଶ୍ର

April 25, 2026
ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

April 25, 2026
ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ଶ୍ରୀମନ୍ଦିର ର ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

April 25, 2026
ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମହିଳା ବିଲ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଓମ ପ୍ରକାଶ ମିଶ୍ର

ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ଓମ ପ୍ରକାଶ ମିଶ୍ର

April 25, 2026
ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

ରଥଖଳା ହାଲଚାଲ – ୩ୟ ଦିନ ତୁମ୍ବ କଟା ଓ ଗୋଳେଇ ଚାଲିଛି

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version