• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶିକ୍ଷା ବିଭାଗରୁ ମଞ୍ଜୁର ସତ୍ବେ ଏଯାଏଁ ସୁନ୍ଦରଗଡ ଜିଲ୍ଲାର ଦୁଇଟି ବ୍ଲକ ଗଣଶିକ୍ଷକଙ୍କୁ ମିଳିନି ବକେୟା ଦରମା

Proprietor Abhimanyu Maharana by Proprietor Abhimanyu Maharana
May 18, 2021
in ଓଡ଼ିଶା, ସୁନ୍ଦରଗଡ଼, ହୋମ୍
0
ଶିକ୍ଷା ବିଭାଗରୁ ମଞ୍ଜୁର ସତ୍ବେ ଏଯାଏଁ ସୁନ୍ଦରଗଡ ଜିଲ୍ଲାର ଦୁଇଟି ବ୍ଲକ ଗଣଶିକ୍ଷକଙ୍କୁ ମିଳିନି ବକେୟା ଦରମା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ରାଉରକେଲା :- ଶିକ୍ଷା ବିଭାଗରୁ ମଞ୍ଜୁର ସତ୍ବେ ଏଯାଏଁ ସୁନ୍ଦରଗଡ ଜିଲ୍ଲାର ଦୁଇଟି ବ୍ଲକ ଗଣଶିକ୍ଷକଙ୍କୁ ମିଳିନି ବକେୟା ଦରମା। ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁ ଏମାନଙ୍କ ବକେୟା ଦରମା ଟଙ୍କା ଅନ୍ୟ ବ୍ଲକ ପାଣ୍ଠିକୁ ସ୍ଥାନାନ୍ତର ହୋଇଯାଇଛି। ଏହା ସତ୍ବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ନ ପାଇବାରୁ ଗଣଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି। ମହାମାରୀ କରୋନା ସଙ୍କଟ ସମୟରେ ପରିବାର ପ୍ରତିପୋଷଣ ପାଇଁ ଗଣଶିକ୍ଷକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ବିଭାଗୀୟ ଅଧିକାରୀ କିନ୍ତୁ ଚୁପ୍ ବସିଛନ୍ତି। କେବେ ମିଳିବ ବିଭାଗୀୟ ଅଧିକାରୀ ସ୍ପଷ୍ଟ କରୁ ନାହାନ୍ତି।

ସୁନ୍ଦରଗଡ ଜିଲ୍ଲାର ୧୭ ବ୍ଲକର କାର୍ଯ୍ୟରତ ୧୪୯୫ ଗଣଶିକ୍ଷକଙ୍କର ଗତ ୨୦୧୭ ମାର୍ଚ୍ଚରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଦରମା ଏକକାଳୀନ ମିଳିବାକୁ ଥିଲା। ମୋଟ ବକେୟା ଦରମା ବାବଦରେ ମୋଟ ୧୨ କୋଟି ୨୦ ଲକ୍ଷ ୮୬ ହଜାର ୧୮୫ ଟଙ୍କା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଫିସକୁ ଆସିଥିଲା। ପରବର୍ତ୍ତୀ ସମୟରେ ଦାୟିତ୍ବରେ ଥିବା କର୍ମଚାରୀ ଶିକ୍ଷକ ଅନୁଯାୟୀ ପ୍ରତ୍ୟେକ ବ୍ଲକ ପାଣ୍ଠିକୁ ୬ ମାସର ବକେୟା ଦରମା ପଠାଇଥିଲେ। ଭୁଲବଶତଃ କୁଆଡେ ନୂଆଗାଁ ଶିକ୍ଷକଙ୍କ ଦରମା ବିଶ୍ରା ବ୍ଲକ ଓ ଗୁରୁଣ୍ଡିଆର ବ୍ଲକର ଗଣଶିକ୍ଷକଙ୍କ ଦରମା ବଣାଇଁ ବ୍ଲକ ଅଫିସ୍କୁ ଚାଲିଯାଇଥିଲା। ବଣାଇଁ ଓ ବିଶ୍ରା ବ୍ଲକକୁ ଅଧିକ ଟଙ୍କା ଆସିଥିଲେ ହେଁ ଦାୟିତ୍ବରେ ଥିବା କର୍ମଚାରୀ କାହାକୁ କିଛି ନ କହି ଚୁପ୍ ରହିଥିଲେ। କର୍ମଚାରୀ ନୁହଁନ୍ତି ବରଂ ବ୍ଲକ ଶିକ୍ଷା ଅଧିକାରୀ ମଧ୍ୟ ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟକୁ ଏ ସଂକ୍ରାନ୍ତରେ କିଛି ସୂଚନା ଦେଇନଥିଲେ। ସେପଟେ ନୂଆଗାଁ ଓ ଗୁରୁଣ୍ଡିଆ ବ୍ଲକର ଦାୟିତ୍ବରେ ଥିବା କର୍ମଚାରୀ ବକେୟା ଟଙ୍କା ନ ଆସିବାରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏମିତି ତ୍ରୁଟି ହୋଇଥିବା ଜଣାପଡିଥିଲା।

ନୂଆଗାଁ ବ୍ଲକର ୧୮୩ ଗଣଶିକ୍ଷକଙ୍କୁ ୧ କୋଟି ୭ ଲକ୍ଷ ୭୯ ହଜାର ୫୧୫ ଟଙ୍କା, ଗୁରୁଣ୍ଡିଆ ଗଣଶିକ୍ଷକଙ୍କୁ ୩୫ ଲକ୍ଷ ୯୩ ହଜାର ୧୭୨ ଟଙ୍କା ମିଳିବାର ଥିଲା। କିନ୍ତୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଫିସର ଦରମା ଟଙ୍କା ଟ୍ରାନ୍ସଫର କରୁଥିବା କର୍ମଚାରୀ ୧୫ଟି ବ୍ଲକର ବ୍ୟାଙ୍କ ଆକାଉଣ୍ଟକୁ ଠିକ୍ ଭାବେ ଟଙ୍କା ପଠାଇଥିଲେ। ନୂଆଗାଁ ବ୍ଲକ ଟଙ୍କାକୁ ବିଶ୍ରା ଓ ଗୁରୁଣ୍ଡିଆ ବ୍ଲକର ଟଙ୍କାକୁ ବଣାଇଁ ବ୍ଲକ ଅଫିସ୍ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦେଇଥିଲେ। ଅନ୍ୟ ସମସ୍ତ ୧୫ ବ୍ଲକର ଗଣ ଶିକ୍ଷକମାନେ ସେମାନଙ୍କର ବକେୟା ଟଙ୍କା ପାଇ ସାରିଥିବାବେଳେ ଅଦ୍ୟାବଧି ଟଙ୍କା ଆସି ନଥିବାରୁ ନୂଆଗାଁ ଓ ଗୁରୁଣ୍ଡିଆ ବ୍ଲକର ଗଣଶିକ୍ଷକମାନେ ସେମାନଙ୍କ ବକେୟା ଦରମା ପାଇ ପାରି ନାହାନ୍ତି।

ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଭୁଲବଶତଃ ଦୁଇଟି ବ୍ଲକର ଟଙ୍କା ଅନ୍ୟ ଦୁଇଟି ବ୍ଲକକୁ ଚାଲି ଯାଇଛି। ଏଥିପାଇଁ ଦୁଇଟି ବ୍ଲକ ଅଧିକାରୀଙ୍କୁ ଚିଠି କରାଯାଇଛି। ସେମାନଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ଫେରସ୍ତ କରିବା ପରେ ନୂଆଗାଁ ଓ ଗୁରୁଣ୍ଡିଆ ବ୍ଲକକୁ ସେମାନଙ୍କ ଟଙ୍କା ପଠାଇ ଦିଆଯିବ। ତେବେ ସାମାନ୍ୟ ତ୍ରୁଟି ଯୋଗୁଁ ଦୁଇ ବ୍ଲକର ଗଣଶିକ୍ଷକଙ୍କୁ ସେମାନଙ୍କ ବକେୟା ଦରମା କେବେ ମିଳିବ, ତାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଗଣଶିକ୍ଷକଙ୍କ ପକ୍ଷରୁ ଦାବି କରାଯାଇଛି।(ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version