• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମୋଗଲିକ୍ସ ପକ୍ଷରୁ ୧୨୦ ନିୟୁତ ପାଣ୍ଠି ହାସଲ, ମୂଲ୍ୟାଙ୍କନ ୧ ବିଲିଅନ୍ ଡଲାର୍‌କୁ ବୃଦ୍ଧି ପାଇବା ସହ ୟୁନିକର୍ଣ୍ଣ କ୍ଲବ୍‌ରେ ଯୋଗଦାନ

Proprietor Abhimanyu Maharana by Proprietor Abhimanyu Maharana
May 18, 2021
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ମୋଗଲିକ୍ସ ପକ୍ଷରୁ ୧୨୦ ନିୟୁତ ପାଣ୍ଠି ହାସଲ, ମୂଲ୍ୟାଙ୍କନ ୧ ବିଲିଅନ୍ ଡଲାର୍‌କୁ ବୃଦ୍ଧି ପାଇବା ସହ ୟୁନିକର୍ଣ୍ଣ କ୍ଲବ୍‌ରେ ଯୋଗଦାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ମଇ ,ବୁଧବାର ) ଭୁବନେଶ୍ୱର :-  ମାନୁଫାକ୍‌ଚରିଂ କ୍ଷେତ୍ରରେ ପ୍ରଥମ ଶିଳ୍ପ ବି୨ବି କମର୍ସ ପ୍ଲାଟ୍‌ଫର୍ମ ଭାବେ ଏକ ୟୁନିକର୍ଣ୍ଣରେ ପରିଣତ ହୋଇ ମୋଗଲିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ପହଂଚିଛି । ସଦ୍ୟତମ ୧୨୦ ନିୟୁତ ଡଲାର୍‌ର ସିରିଜ୍ ଇ ପାଣ୍ଠି ପର୍ଯ୍ୟାୟରେ କଂପାନିର ମୂଲ୍ୟ ୧ ବିଲିଅନ୍ ଡଲାର୍‌ ହୋଇଥିବା କୁହାଯାଉଛି । ସଦ୍ୟତମ ନିବେଶର ନେତୃତ୍ୱ ନେଇଥିଲେ ଫାଲ୍‌କନ୍‌ ଏଜ୍ କ୍ୟାପିଟାଲ୍ ଓ ହାଭାର୍ଡ ମ୍ୟାନେଜ୍‌ମେଣ୍ଟ କଂପାନି (ଏଚ୍‌ଏମ୍‌ସି) । ଏହି ପର୍ଯ୍ୟାୟ ପାଣ୍ଡି ହାସଲରେ ପୁରୁଣା ନିବେଶ ଯଥା ଟାଇଗର୍ ଗ୍ଲୋବାଲ୍‌, ସେକୋଇଆ କ୍ୟାପିଟାଲ୍ ଇଣ୍ଡିଆ ଓ ଭେଞ୍ଚର୍ ହାଇୱେ ଅଂଶଗ୍ରହଣ କରିଥିଲେ । ମୋଗଲିକ୍ସ ହେଛି ଶିଳ୍ପ ଓ ଏମ୍‌ଆର୍‌ଓ ପ୍ରକ୍ୟୁର୍‌ମେଣ୍ଟରେ ସ୍ପଷ୍ଟ ଭାବେ ପ୍ରଥମ-ସଂସ୍ଥାର ଲାଭ ସହିତ ଭାରତର ବୃହତ୍ତମ ଓ ଦ୍ରୁତ ଅଭିବୃଦ୍ଧିଶୀଳ ବି୨ବି କମର୍ସ ପ୍ଲାଟ୍‌ଫର୍ମ । କଂପାନି ମାନୁଫାକ୍‌ଚରିଂ ପାଇଁ ଏକ ଅପରେଟିଂ ସିଷ୍ଟମ୍‌ ଗଠନ କରିଛି ଯାହା ଗ୍ରାହକମାନଙ୍କୁ ପ୍ରକ୍ୟୁରମେଣ୍ଟ ଠାରୁ ଆରମ୍ଭ କରି ପ୍ୟାକେଜିଂ, ଯୋଗାଣ ଶୃଙ୍ଖଳ ଫାଇନାନ୍ସିଂ ଏବଂ ଉଚ୍ଚ ସମନ୍ୱିତ ସଫ୍‌ଟଓୟାର୍‌ ଭଳି ଏକ ସମ୍ପୂର୍ଣ୍ଣ ଫୁଲ୍ ଷ୍ଟାକ୍ ସେବା ପ୍ରଦାନ କରୁଛି । ରାହୁଲ ଗର୍ଗ, ପ୍ରତିଷ୍ଠାତା ଓ ସିଇଓ, ମୋଗଲିକ୍ସ କହିଛନ୍ତି ଯେ, “ଭାରତୀୟ ମାନୁଫାକ୍‌ଚରିଂ କ୍ଷେତ୍ରରେ ପହଂଚି ହୋଇନଥିବା ସୁଯୋଗ ହାସଲ କରିବା ପାଇଁ ପୂର୍ଣ୍ଣ ବିଶ୍ୱାସ ନେଇ ଛଅ ବର୍ଷ ତଳେ ଆମେ ଯାତ୍ରା ଆରମ୍ଭ କରିଥିଲୁ । ରତନ ଟାଟାଙ୍କ ଭଳି ବ୍ୟକ୍ତିତ୍ୱଙ୍କ ବିଶ୍ୱାସ ଓ ଭାରତରେ ଏକ ୧ ଟ୍ରିଲିଅନ୍ ମାନୁଫାକ୍‌ଚରିଂ ସୃଷ୍ଟି କରିବାରେ ସହାୟକ ହେବା ପାଇଁ ଲକ୍ଷ୍ୟ ଆମ ପାଖରେ ଥିଲା । ଆଜି, ଆମେ ଯେତେବେଳେ ଆମ ଅଭ୍ୟୁଦୟର ପରବର୍ତୀ ପର୍ଯ୍ୟାୟରେ ପହଂଚିଛୁ, ଆମେ ଭାବୁଛୁ ଯେ ଏହି ପାଣ୍ଠି ମାଇଲଖୁଣ୍ଟ ହେଉଛି ଆମ ନବସୃଜନ ଓ ବିବର୍ତନ ଯାତ୍ରାର ପ୍ରତିଫଳନ । ଏହି ଅଭାବନୀୟ ସମୟରେ ଦେଶରେ ଏକ ନିୟୁତରୁ ଅଧିକ ଲୋକଙ୍କ ମଧ୍ୟରେ ଅକ୍ସିଜେନ୍ କନ୍‌ସେଂଟ୍ରେଟର୍‌ର ପ୍ରଭାବଶାଳୀ ବିତରଣ ଏବଂ ବଣ୍ଟନ ନେଇ ରହିଥିବା ଆହ୍ୱାନର ସମାଧାନ ପାଇଁ ସହାୟତା ପ୍ରଦାନ କରିବା ଲାଗି ଆମେ ଆମର ସହାୟତା ଓ ଭିନ୍ନ ଚିନ୍ତାଧାରା ପ୍ରଦାନ କରୁଛୁ । ବିଶ୍ୱସ୍ତରରେ, ୨୦ରୁ ଅଧିକ ଦେଶରେ ପିପିଇର ଯୋଗାଣ ଶୃଙ୍ଖଳ ଓ ବିତରଣ କ୍ଷେତ୍ରରେ ଆମେ ଚଳିତ ବର୍ଷ ଓ ଗତବର୍ଷ ପ୍ରମୁଖ ଭୂମିକା ନିର୍ବାହ କରିଥିଲୁ । ଆମେ ବହୁତ ଖୁସି ଯେ ଆମର ଏହି ଯାତ୍ରାରେ ଫାଲ୍‌କନ୍ ଏଜ୍‌ କ୍ୟାପିଟାଲ୍ ଓ ହାର୍ଭାର୍ଡ ମ୍ୟାନେଜମେଣ୍ଟକଂପାନି (ଏଚ୍‌ଏମ୍‌ସି) ଆମର ସହଯୋଗୀ ହୋଇଛନ୍ତି ।

ମଧ୍ୟପ୍ରାଚ୍ୟ ଓ ୟୁରୋପରେ ଗଭୀର ଭାବେ ଜଡ଼ିତ ଓ ପବ୍ଲିକ୍ କଂପାନିଗୁଡ଼ିକୁ ବୁଝିବା ଆମକୁ ଆମ ଯାତ୍ରାର ପରବର୍ତୀ ପର୍ଯ୍ୟାୟରେ ଆମର ମାର୍ଗଦର୍ଶନ କରିବ । ଏହି ଅବସରରେ ନବରୋଜ ଡି ଉଡ୍‌ୱାଡିଆ, ସହ ପ୍ରତିଷ୍ଠାତା, ଫାଲ୍‌କନ୍ ଏଜ୍ କ୍ୟାପିଟାଲ୍ କହିଛନ୍ତି ଯେ, “ଅନ୍‌ଲାଇନ୍ ଏମ୍‌ଆର୍‌ଓ ପ୍ଲାଟ୍‌ଫର୍ମରେ ନିବେଶ କରିବାର ଆମର ବିଶ୍ୱସ୍ତରୀୟ ଅଭିଜ୍ଞତାକୁ ନେଇ ଆମେ କିଛି ବର୍ଷ ମୋଗ୍‌ଲିକ୍ସର ଅନୁଧ୍ୟାନ ଓ ଅନୁଶୀଳନ କରିଥିଲୁ । ରାହୁଲ ଯିଏ ଜଣେ ପ୍ରଥମ ପଦକ୍ଷେପ ଗ୍ରହଣକାରୀ, ସେବା ପାଇବାରୁ ବଂଚିତ ହେଉଥିବା କଂପାନିଗୁଡ଼ିକ ଲାଗି ତାଙ୍କର ଫୁଲ୍ ଷ୍ଟାକ୍ ସମାଧାନ ଏବଂ ଦୃଢ଼ ୟୁନିଟ୍ ଅର୍ଥନୀତି୍‌କୁ ଆଗକୁ ବଢ଼ାଇବାରେ ତାଙ୍କର ଦକ୍ଷତା ଉପର ଆମର ପୂର୍ଣ୍ଣ ବିଶ୍ୱାସ ରହିଛି । ମୋଗଲିକ୍ସର ନିର୍ଦ୍ଦିଷ୍ଟ ଗ୍ରାହକ ମୂଲ୍ୟ ସ୍ଥିତି ଏବଂ ଆର୍‌ଓଆଇ ଏହାର ଉଲ୍ଲେଖନୀୟ ଗ୍ରାହକ ଓ ରାଜସ୍ୱ ଧରି ରଖିବା ସଂଖ୍ୟାରେ ସ୍ପଷ୍ଟ ପ୍ରତିଫଳିତ । ଆମର ବିଶ୍ୱାସ ରହିଛି ଯେ ଆଗକୁ ବଢ଼ିବା ଲାଗି ମୋଗଲିକ୍ସ ଏବେ ଭଲ ସ୍ଥିତିରେ ରହିଛି ଓ କଂପାନିକୁ ଏହାର ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧିରେ ସହାୟତା ପ୍ରଦାନ କରୁଥିବାରୁ ଆମେ ରୋମାଂଚିତ ।’’ ଟାଇଗର୍ ଗ୍ଲୋବାଲ୍ ଯାହା ୨୦୧୯ ସିରିଜ୍ ଡି ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲା ତାହା ସଦ୍ୟତମ ପର୍ଯ୍ୟାୟରେ ନିବେଶ କରିଛି । ସ୍କଟ୍ ସ୍ଲିଫର, ପାର୍ଟନର୍‌, ଟାଇଗର୍ ଗ୍ଲୋବାଲ୍ ମ୍ୟାନେଜ୍‌ମେଣ୍ଟ କହିଛନ୍ତି ଯେ, “ଆମେ ଟିମ୍‌, ବଜାର ସୁଯୋଗ ଏବଂ ନବସୃଜନ ଧାରା ଜାରି ରହିଥିବାକୁ ନେଇ ବହୁତ ଉତ୍ସାହିତ । ମୋଗଲିକ୍ସ ହେଉଛି ବଜାରରେ ଅଗ୍ରଣୀ ଓ ଆମେ ଆଶା କରୁଛୁ ଯେ ପୁଂଜିରେ ଅଧିକ ରିଟର୍ଣ୍ଣ ସହ ସେମାନେ ଦ୍ରୁତ ଗତିରେ ଆଗକୁ ବଢ଼ିବେ ।’’ ଆଇଆଇଟି କାନପୁର ଓ ଆଇଏସ୍‌ବିର ଆଲୁମିନସ୍ ରାହୁଲ ଗର୍ଗଙ୍କ ଦ୍ୱାରା ୨୦୧୫ରେ ମୋଗଲିକ୍ସ ପ୍ରତିଷ୍ଠା ହୋଇଥିଲା । ଭାରତ, ସିଙ୍ଗାପୁର, ବ୍ରିଟେନ୍ ଓ ୟୁଏଇ ସାରାରେ ୫୦୦,୦୦୦ରୁ ଅଧିକ ଏସ୍‌ଏମ୍‌ଇ ଓ ୩୦୦୦ ମାନୁଫାକ୍‌ଚରିଂ ପ୍ଲାଣ୍ଟକୁ ମୋଗ୍‌ଲିକ୍ସ ସମାଧାନ ପ୍ରଦାନ କରୁଛି । ମୋଗଲିକ୍ସ ପ୍ଲାଟ୍‌ଫର୍ମ ଜରିଆରେ ହିରୋ ମୋଟୋକର୍ପ, ବେଦାନ୍ତ, ଟାଟା ଷ୍ଟିଲ୍‌, ୟୁନିଲିଭର୍ ଏବଂ ଏୟାର ଇଣ୍ଡିଆ ଓ ଏନ୍‌ଟିପିସି ଭଳି ପିଏସ୍‌ୟୁ ପରୋକ୍ଷ ଉପକରଣ ସଂଗ୍ରହ କରୁଛନ୍ତି ।

ମୋଗଲିକ୍ସ ପାଖରେ ୧୬,୦୦୦ରୁ ଅଧିକ ଯୋଗାଣକାରୀ, ୩୫ରୁ ଅଧିକ ଗୋଦାମ ଓ ଲଜିଷ୍ଟିକ୍ସ ଭିତ୍ତିଭୂମିର ଯୋଗାଣ ଶୃଙ୍ଖଳ ନେଟ୍‌ୱର୍କ ରହିଛି ।  www.moglix.com  ମାର୍କେଟ୍‌ପ୍ଲେସ୍‌ରେ ୫୦୦,୦୦୦ରୁ ଅଧିକ ଏସ୍‌କେୟୁ ସହିତ ମୋଗଲିକ୍ସ ହେଉଛି ଶିଳ୍ପ ସାମଗ୍ରୀ ବର୍ଗରେ ଭାରତର ଅଗ୍ରଣୀ ଇ-କମର୍ସ ପ୍ଲାଟ୍‌ଫର୍ମ । ମୋଗଲିକ୍ସ ପାଖରେ ପୁରସ୍କାର ବିଜୟୀ ଚୁକ୍ତି ପରିଚାଳନା ଓ ବି୨ବି କମର୍ସ ପାଇଁ ସଫ୍‌ଟଓୟାର୍ ଉତ୍ପାଦର ସୁଟ୍ ରହିଛି । ବିଶ୍ୱସ୍ତରୀୟ ଏଫ୍‌ଏମ୍‌ସିଜି କଂପାନି ୟୁନିଲିଭର୍ ଏହି ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ୭୦ରୁ ଅଧିକ ଦେଶ ପାଇଁ ବିଭିନ୍ନ ଉପକରଣରେ ବାର୍ଷିକ ୩୦ ବିଲିଅନ୍ ଡଲାର ବ୍ୟୟ କରୁଛି । ମୋଗଲିକ୍ସ ପକ୍ଷରୁ ନିକଟରେ ଯୋଗାଣକାରୀ ଓ ଉତ୍ପାଦନକାରୀମାନଙ୍କ ପାଇଁ ଏକ ଯୋଗାଣ ଶୃଙ୍ଖଳ ଫାଇନାନ୍ସିଂ ପ୍ଲାଟ୍‌ଫର୍ମ କ୍ରେଡିକ୍ସର ଶୁଭାରମ୍ଭ କରାଯାଇଛି ଏବଂ ଆଗାମୀ ବର୍ଷରେ ୧୦୦୦ କୋଟି ଟଙ୍କାର ଫାଇନାନ୍ସିଂ କରିବାକୁ ଆଶା ରଖିଛି । ସଦ୍ୟତମ ପର୍ଯ୍ୟାୟର ପାଣ୍ଠି ହାସଲ ସହିତ ମୋଗଲିକ୍ସ ହାସଲ କରିଥିବା ମୋଟ ପାଣ୍ଠି ୨୨୦ ନିୟୁତ ଡଲାର୍‌ରେ ପହଂଚିଛି । କଂପାନିରେ ଆସେଲ୍‌ ପାର୍ଟନର୍ସ, ଜଙ୍ଗଲ ଭେଞ୍ଚର୍ସ ଓ ଭେଞ୍ଚର୍ସ ହାଇୱେ ଆଗୁଆ ନିବେଶ କରିଥିଲେ । ମୋଗଲିକ୍ସ ଏହାର ପରବର୍ତୀ ପର୍ଯ୍ୟାୟରେ ଅଗ୍ରଣୀ ବିଶ୍ୱସ୍ତରୀୟ ଭେଞ୍ଚର କ୍ୟାପିଟାଲ୍ ଫଣ୍ଡ୍ ଯଥା ଟାଇଗର୍ ଗ୍ଲୋବାଲ୍‌, ସେକୋଇଆ କ୍ୟାପିଟାଲ୍‌ ଇଣ୍ଡିଆ, ଇଣ୍ଟର୍‌ନ୍ୟାସ୍‌ନାଲ୍ ଫାଇନାନ୍ସ କର୍ପୋରେସନ ଓ କମ୍ପୋଜିଟ୍‌ କ୍ୟାପିଟାଲ୍ ଆଦି ଠାରୁ ନିବେଶ ହାସଲ କରିଛି । ୨୦୧୬ରେ ଟାଟା ସନ୍ସର ଚେୟାରମ୍ୟାନ୍ ଏମେରିଟସ୍ ଶ୍ରୀଯୁକ୍ତ ରତନ ଟାଟା ୨୦୧୬ରେ ଏହି ଷ୍ଟାର୍ଟଅପ୍‌ରେ ନିବେଶ କରିଥିଲେ । ଷ୍ଟାର୍ଟଅପ୍ ଓ ମାନୁଫାକ୍‌ଚରିଂ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତି ଯଥା ଫ୍ଲିପ୍‌କାର୍ଟର ସିଇଓ କଲ୍ୟାଣ କୃଷ୍ଣମୂର୍ତୀ, ଜେକେ ଫେନର୍‌ର ଏମ୍‌ଡି ଶ୍ରୀଯୁକ୍ତ ବିକ୍ରମପତି ସିଂଘାଣିଆ ଓ ଗୁଗୁଲ୍‌ର ପୂର୍ବତନ ଅଧିକାରୀ ଶ୍ରୀଯୁକ୍ତ ଶୈଳେଶ ରାଓ ମୋଗଲିକ୍ସର ନିବେଶକ ହୋଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version