No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ବେଲାପଡା ବ୍ଳକ ବାଲିଖମାର ପଞ୍ଚାୟତ ର ନିର୍ବାଚିତ ସରପଞ୍ଚଙ୍କ ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବାଲାଖମାର ପଞ୍ଚାୟତ ନିର୍ବାଚନ ରେ ଶ୍ୟାମସୁନ୍ଦର ଭୋଇ ସରପଞ୍ଚ ଭାବରେ ନିର୍ବାଚିତ ହୋଇଥିଲେ । କୈାଣସି କାରଣ କୁନେଇ ୩୦.୧୦.୨୦୧୮ ପଞ୍ଚାୟତ ରାଜ ବିଭାଗର ତରଫରୁ ସରପଞ୍ଚ ପଦବୀ ରୁ ଓହରି ଯିବା କୁ ନିର୍ଦେଶ ଦିଆଯାଇଥିଲା । ଏନେଇ ଶ୍ରୀ ମଲିକ ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ଶ୍ରୀ ମଲିକ ଙ୍କ ସପକ୍ଷରେ ରାୟ ପ୍ରଦାନ କରିବା ସହ ବାଲିଖମାର ପଞ୍ଚାୟତ ର ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହେବା କୁ ପତ୍ର ସଂଖ୍ୟା ଡବ୍ଳୁ ପି (ସି) ନଂ ୯୦୬୦ ତା ୨୯.୫.୨୦୨୧ ଅନୁସାରେ ନିର୍ଦେଶ ଦେଇଥିଲେ ।
ଉଚ୍ଚତମ ନ୍ୟାୟାଳୟ ଙ୍କ ରାୟ ଆଦେଶ କୁ ନେଇ ଶ୍ରୀ ମଲିକ ବଲାଙ୍ଗୀର ଜିଲ୍ଲାପାଳ , ପଞ୍ଚାୟତ ରାଜ ସଚିବ ଓ ପାନୀୟ ଜଳବିଭାଗ ରାଜ୍ୟ ସରକାର ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ମଲିକ ଙ୍କୁ ରାଜ୍ୟ ସରକାର ଙ୍କ ପଞ୍ଚାୟତ ବିଭାଗ ବାଲିଖମାର ପଞ୍ଚାୟତ ର ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହେବା କୁ ନିର୍ଦେଶ ଦେଇଛନ୍ତି । ପୁନଃ ସରପଞ୍ଚ ପଦବୀରେ ଅବସ୍ଥାପିତ ହୋଇଥିବା ରୁ ସରପଞ୍ଚ ଶ୍ୟାମସୁନ୍ଦର ମଲିକ ପଞ୍ଚାୟତ ଅଧିବାସୀ ଙ୍କୁ କୃତଜ୍ଞତା ଜଣାଇବା ସହ ପଞ୍ଚାୟତ ର ଉନ୍ନତି କରିବା ପାଇଁ ସମସ୍ତ ନିର୍ବାଚିତ ୱ।ଡମେମ୍ବର ଓ ଜନସାଧାରଣଙ୍କ ଙ୍କର ସହଯୋଗ କାମନା କରିଛନ୍ତି । ସୁଚନା ଯୋଗ୍ୟ ଯେ ସରପଞ୍ଚ ଶ୍ୟାମସୁନ୍ଦର ମଲିକ ଜଣେ ପରୋପକାରୀ ବ୍ୟକ୍ତି ଅଟନ୍ତି । ବାଲିଖମାର ପଞ୍ଚାୟତ ର ପୁନଃ ସରପଞ୍ଚ ପଦବୀରେ ଶ୍ରୀମଲିକ ଙ୍କୁ ଅବସ୍ଥାପିତ ଆଦେଶ ଦେଇଥିବା ରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଉଚ୍ଚତମ ନ୍ୟାୟାଳୟ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । (ପାଟଣାଗଡ଼ /ଗୋରେଖନାଥ ବରିହା )
No Result
View All Result