ବିଦ୍ୟୁତ ଟ୍ରାନ୍ସଫରମର ଟି ପୋଡି ହୋଇଯିବା ସନ୍ଦେହ କରି ଜଗନ୍ନାଥ ପୁର ଗ୍ରାମବାସୀ ବିଦ୍ୟୁତ ବିଭାଗ ର ପରାମର୍ଶ ରେ ଟ୍ରାନ୍ସଫରମରରେ ଏକ ତାଲା ପକାଇଥିଲେ l ବିଦ୍ୟୁତ ନେବାରେ ଶ୍ରୀହରିପୁର ଗ୍ରାମବାସୀଙ୍କର ଅସୁବିଧା ସୃଷ୍ଟି ହେବାରୁ ଗ୍ରାମବାସୀ ମାନେ ଏକ ବୈଠକ କରି ଟ୍ରାନ୍ସଫରମରରେ ପଡ଼ିଥିବା ତାଲାକୁ ଭାଙ୍ଗିବାରୁ ଜଗନ୍ନାଥ ପୁର ଗ୍ରାମବାସୀ ଅଟକାଇବାରୁ ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଯୁକ୍ତିତର୍କ ହେବା ସହ ପରସ୍ପରକୁ ବିଭିନ୍ନ ମରଣାଅସ୍ତ୍ରରେ ଆକ୍ରମଣ କରିଥିଲେ l ଏହା ଫଳରେ 15ରୁ ଉର୍ଦ୍ଧ ଲୋକ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ରିପୋର୍ଟ ଲେଖା ହେବା ରଣପୁର ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇ ନ ଥିଲା l କିନ୍ତୁ ପୋଲିସ ଡାକ୍ତରଖାନାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣା ପଡିଛି l© 2023 Odisha Taza News.