No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ହିଞ୍ଜିଳିକାଟୁ :- କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱ ଦୋହଲି ଯାଇଥିବା ବେଳେ ବର୍ତମାନ ତାଲା ବନ୍ଦ ର ସିଧାସଳଖ ପ୍ରଭାବ ଗରିବ, ଖଟିଖିଆ, ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ପଡ଼ିଛି । । ସପ୍ତାହର ପ୍ରତି ସୋମବାର ଠାରୁ ଶୁକ୍ରବାର ୫ ଦିନ ଲକଡ଼ାଉନ ଘୋଷଣା କରାଯାଇଥିବା ବେଳେ ଅବଶିଷ୍ଟ ୨ ଦିନ (ଶନି ଓ ରବିବାର) ସପ୍ତାହନ୍ତ ସଟଡ଼ାଉନ ଘୋଷଣା କରାଯାଇଛି । ଲକଡ଼ାଉନରେ ପ୍ରତ୍ୟହ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାରେ ଖୋଲା ରହୁଥିବା ବେଳେ ସଟଡ଼ାଉନରେ ଔଷଧ ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଭଳି ସମୟରେ ହିଞ୍ଜିଳିକାଟୁ ପୌରାଂଚଳ ୧୨ନଂ ୱାର୍ଡ଼ର ବଳରାମ ସାହୁ ଘରକୁ ଘର ବୁଲି ଚାହା ବିକି ପରିବାର ପ୍ରତିପୋଷଣ କରୁଛନ୍ତି । ପୂର୍ବରୁ ବଳରାମ ଏକ ଚା’ ଦୋକାନରେ ରହି କାର୍ଯ୍ୟ କରୁଥିଲେ । ଲକଡ଼ାଉନ ଫଳରେ ଦୋକାନ ବନ୍ଦ ହେବା ସହ ପାରିଶ୍ରମିକ ମିଳିଲା ନାହିଁ ।
ପରିବାର ପ୍ରତିପୋଷଣ ସକାଶେ ଉପାୟ ନପାଇ ଅଂଟା ଭିଡ଼ିଥିଲେ । ଘରେ ଚାହା ପ୍ରସ୍ତୁତ କରି ଥର୍ମଫ୍ଲାସରେ ଧରି ସହରର ବିଭିନ୍ନ ଓଷଧ ଦୋକାନ ସମତେ ସାହି ବସ୍ତିରେ ଘରକୁ ଘର ବୁଲି ଚାହା ବିକି ଯାହା କିଛି ଉପାର୍ଜନ କରନ୍ତି ସେଥିରେ ସେ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରନ୍ତି । ବଳାରମଙ୍କ ସହିତ ପରିବାରର ଭୋକର ଜ୍ଜଳା ଏତେ ମାତ୍ରାରେ ବଢିଯାଇଛି ଯେ, ସେ ମହାମାରୀର ଭୟକୁ ଖାତିର ନକରି ଜୀବିକାକୁ ପ୍ରଧାନ୍ୟ ଦେଇ ପରିବାର ପ୍ରତିପୋଷଣ କରିବା ପାଇଁ ଏଭଳି ପନ୍ଥା ଆପଣେଇଛନ୍ତି । ଲକଡ଼ାୁନର ପ୍ରଭାତ୍ତାଙ୍କ ପରିବାର ଉପରେ ମଧ୍ୟ ପଡ଼ିଛି । ତେବେ ମହାମାରୀକୁ ରୋକିବାକୁ ହେଲେ ଲକଡ଼ାଉନ ହିଁ ଏକମାତ୍ର ଉପାୟ । ସରକାର ଯେଉଁ ନିଷ୍ପତି ଗ୍ରହଣ କରିଛନ୍ତି , ତାହା ସ୍ୱାଗତଯୋଗ୍ୟ । ରାଜ୍ୟ ସରକାର ସମସ୍ତଙ୍କ ପାଇଁ କିଛି ନା କିଛି ବ୍ୟବସ୍ଥା କରିଥିବା ବେଳେ ତାଙ୍କ ଭଳି ହଜାର ହଜାର ଗରିବ, ଖଟିଖିଆ, କ୍ଷୁଦ୍ର ବ୍ୟବସାୟୀଙ୍କ ପରିବାର ପାଇଁ ସରକାର କିଛି ବ୍ୟବସ୍ଥା କଲେ ସେମାନଙ୍କ ଭଳି ଆର୍ଥିକ ଅନଟନ ସୁଧୁରି ଯାଇଥାନ୍ତା ବୋଲି ବଳରାମ କହିଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result