No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର )ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଟିକା କେନ୍ଦ୍ରରେ ଟିକା ନମିଳିବା ଯୋଗୁଁ ସ୍ଥାନୀୟ ଅଂଚଳବାସୀ ଭୟରେ ସମୟ ଅତିବାହିତ କରିବା ସହ ଅଜଣା ଆତଙ୍କରେ ଆତଙ୍କିତ ହୋଇ ପଡ଼ିଛନ୍ତି । କରୋନାକୁ ପ୍ରତିହିତ କରିବା ପାଇଁ ରାଜ୍ୟ ସରକାର ନାଇଟକର୍ଫ୍ୟୁ ସମେତ ଲକଡ଼ାଉନ, ସଟଡ଼ାଉନ ଜାରି କରି ଆସୁଥିବା ବେଳେ ଭିନ୍ନ ଭିନ୍ନ ଉପାୟରେ ଜନ ସଚେତନତା କରୁଥିବାର ଦେଖିବାକୁ ମିଳୁଛି । ତଥାପି ସ୍ଥାନୀୟ ଅଂଚଳରେ ଦୈନିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କୋଭିଡ଼-୧୯ ସଂକ୍ରମଣରୁ ରକ୍ଷା ପାଇବା ଲାଗି ଟିକାକୁ ଜନସାଧାରଣ ସଞ୍ଜବନୀ ଭାବେ ଗୁରୁତ୍ୱ ପ୍ରଦାନ କରି ଆସୁଥିବା ବେଳେ, ଏଭଳି ବିପଦ ସମୟରେ ଟିକା କେନ୍ଦ୍ରରେ ଟିକା ନମିଳିବା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି । କିଛି ବରିଷ୍ଟ ନାଗରିକ ପ୍ରଥମ ଡ଼ୋଜ ଟିକା ଗ୍ରହଣ କରିନଥିବା ବେଳେ ବହୁ ୪୫ରୁ ୬୦ବର୍ଷ ବୟସ୍କ ମାନେ ଦ୍ୱିତୀୟ ଡ଼ୋଜ ଟିକା ଗ୍ରହଣ କରିବା ପାଇଁ ଚାତକ ପରି ଚାହିଁ ବସିଛନ୍ତି । ପ୍ରତମ ଡ଼ୋଜ ଟିକା ଗ୍ରହଣ କରିବାର ୫ରୁ ୬ ସପ୍ତାହ ପରେ ଦ୍ୱିତୀୟ ଡ଼ୋଜ ଟିକା ଗ୍ରହଣ କରିବା ପାଇଁ ପଞ୍ଜିକୃତ ଦୂରଭାଷ ନଂ ରେ ମେସେଜ ଆସିଥିବା ବେଳେ ନିର୍ଦ୍ଧିଷ୍ଟ ସମୟରେ ଟିକା ନପାଇ
ବହୁ ଲୋକେ ଗତ ସପ୍ତାହେ ଧରି ଟିକା କେନ୍ଦ୍ରକୁ ଯାଇ ଟିକା ନଥିବାରୁ ଅସନ୍ତଷ ମନରେ ଫେରୁଥିବା ଲକ୍ଷ୍ୟ କରାଯାଉଛି । ପ୍ରଥମ ଡ଼ୋଜ ଟିକା ଗ୍ରହଣ କରିବାର ୧୨ରୁ ୧୬ ସପ୍ତାହ ପରେ ଦ୍ୱିତୀୟ ଡ଼ୋଜ ଗ୍ରହଣ କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ମାଧ୍ୟମରେ ସୂଚନା ପ୍ରଦାନ କରୁଥିଲେ ମଧ୍ୟ ଟିକା ଅଭାବ ରହିଥିବାରୁ ୧ମ ଓ ୨ୟ ଡ଼ୋଜ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଉଥିବା ନେଇ ସାଧାରଣରେ ଆଲୋଚନା ପାଲଟିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅଧିକ ବିପଦ ସୃଷ୍ଟି କରୁଛି ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଣମାଧ୍ୟମରେ ସଚେତନ କରି ଆସୁଛନ୍ତି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଚିତ ହିଞ୍ଜିଳିକାଟୁ ପୌରାଂଚଳକୁ ବଜାର ସଉଦା କରିବା ସକାଶେ ନିକଟବର୍ତି ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଗ୍ରାମାଂଚଳର ସହସ୍ରାଧିକ ଲୋକେ ଆସିଥାନ୍ତି । କହା ନିକଟରେ କରୋନା ଭୁତାଣୁ ରହିଛି ତାହା ଜାଣିବା ମୁସ୍କିଲ ହୋଇପଡ଼ିଛି । ଏଭଳି ସ୍ଥଳେ ସ୍ଥାନୀୟ ଲକ୍ଷ୍ମୀ ବଜାର ଓ ପନିପରିବା ବଜାରକୁ ବିଶୋଧିତ କରାଯାଉନଥିବାରୁ ସ୍ଥାନୀୟ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନ ଆବଶ୍ୟକ ପନ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result