No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ବାଙ୍କୀ :- ଆଜି ଡମପଡା ବ୍ଲକ ଅନ୍ତର୍ଗତ କୁସୁପଙ୍ଗି ପଞ୍ଚାୟତ ର ଚକୁଳିଶ୍ୱର ଗ୍ରାମର ରାଜକିଶୋର ଦାସ(୮୫)ବର୍ଷ ଙ୍କ ମୃତ୍ୟୁ ଘଟିଥିଲା।ସୂଚନା ଯୋଗ୍ୟ ଆଜି ସକାଳୁ ରାଜକିଶୋର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ସେ ରକ୍ତ ଚାପ ଓ ମଧୁମେହ ରୋଗ ରେ ଆକ୍ରାନ୍ତ ଥିଲେ ଗତ ଦୁଇଦିନ ତଳୁ ତାଙ୍କର ପୁତ୍ର କରୋନା ପଜେଟିଭ ରେ ଆକ୍ରାନ୍ତ ହୋଇ ଘରେ ସଙ୍ଗ ରୋଧ ଘରେ ଥିଲେ।ରାଜକିଶୋର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କ ପୁତ୍ର ଡମପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜଣେଇଥିଲେ।ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ଵଜିତ ପଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ଆମ୍ବୁଲାନ୍ସ ତାଙ୍କ ଘରକୁ ପଠେଇ ତାଙ୍କୁ ଆଣିଥିଲେ।
ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିଲା ପରେ ଡାକ୍ତର ତାଙ୍କର ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।ଯେହେତୁ ତାଙ୍କର ରକ୍ତ ଚାପ ଓ ମଧୁମେହ ରୋଗ ଥିଲା ସେ କରୋନା ରେ ଆକ୍ରାନ୍ତ ହୋଇପାରିଥାନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ।ମୃତକ ଙ୍କ ଶବ କୁ ଚକୁଳିଶ୍ୱର ର ଗ୍ରାମଲୋକ ତାଙ୍କ ଗ୍ରାମରେ ଦାହ କରିବାକୁ ମନା କରି ବିରୋଧ କରିଥିଲେ।ବାଙ୍କୀ ଉପଜିଲ୍ଲାପାଳ ଏହି ଖବର ପାଇ ତୁରନ୍ତ ଡମପଡା ବିଡ଼ିଓ ଆର୍ତ୍ତବନ୍ଧୁ ଲେଙ୍କା ଓ ତହସିଲଦାର କ୍ଷୀତିସ ବେହେରା ଙ୍କ ସହ ବ୍ଲକ କର୍ମଚାରୀ ଙ୍କୁ ପଠେଇ ଥିଲେ।
ପ୍ରଶାସନିକ ଅଧିକାରୀ ମାନେ ରାଜକିଶୋର ଙ୍କୁ ଗୋବିନ୍ଦପୁର ପଞ୍ଚାୟତ କୁସୁନ୍ଦl ଗ୍ରାମ୍ୟ ସଂସାନ ରେ ଦାହ ପାଇଁ ନେବା ପରେ ସେଠିକାର ଗ୍ରାମ ବାସୀ ବିରୋଧ କରିଥିଲେ ଉତକ୍ତ ହୋଇ ଗଣ୍ଡଗୋଳ କରିଥିଲେ ।ପ୍ରଶାସନିକ ଅଧିକାରୀ ମାନେ ଅ ସମ୍ପର୍କରେ ବାଙ୍କୀ ଥାନା ରେ ଅବଗତ କରେଇବା ପରେ ବାଙ୍କୀ କୋଭିଡ ସଂସାନ ରେ ଦାହ କରିବା ପାଇଁ ପ୍ରସ୍ତୁତି ହେବା ଜାଣି ସେଠାକାର ଲୋକ ବିରୋଧ କରିଥିଲେ।ପରେ ଉପଜିଲ୍ଲାପାଳ ଶ୍ରୀ ଜେନା ରାଜକିଶୋର ଙ୍କୁ କଟକ ସତୀଚଉରା ସଂସାନ ଙ୍କୁ ରାଜ କିଶୋର ଙ୍କୁ ପଠେଇ ଥିଲେ।ବିଡ଼ିଓ, ତହସିଲଦାର ଓ ବ୍ଲକ କର୍ମଚାରୀ ସତୀଚଉରା ରେ ରାଜକିଶୋର ଙ୍କୁ ଦାହ କରିଥିଲେ। (ରିପୋର୍ଟ – ଗୌତମ ମିଶ୍ର )
No Result
View All Result