ଭୁବନେଶ୍ଵର ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ଭିତିପ୍ରସ୍ତର ସ୍ଥାପନ ଉତ୍ସବ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-7.3.2020 :- ଅଦ୍ୟ ଶନିବାର ଦିନ ଭୁବନେଶ୍ଵର ଜିଲ୍ଲା କୃଷି କାର୍ଯ୍ୟାଳୟର ଭିତିପ୍ରସ୍ତର ସ୍ଥାପନ, ମାନ୍ୟବର କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ କରକମଳରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ଅନ୍ୟତମ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଚିଲିକା ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଏବଂ ମାନ୍ୟବର ସାଂସଦ ଯାଜପୁର ଶ୍ରୀମତୀ ଶର୍ମିଷ୍ଠ। ସେଠୀ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଖୋର୍ଦ୍ଧା ଶ୍ରୀ ଭାସ୍କର ଚନ୍ଦ୍ର ବାରିକ ଏବଂ ଜିଲ୍ଲା କୃଷି ଅଧିକାରୀ, ଭୁବନେଶ୍ଵର ଶ୍ରୀ ଦୂର୍ଯୋଧନ ପତଙ୍ଗ ଉପସ୍ଥିତ ରହିଥିଲେ । ଏହି ସଭାକୁ ବ୍ଲକ କୃଷି ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମିଶ୍ର ପରିଚାଳନା କରିଥିଲେ ।