No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ମଇ ରବିବାର ) ଢେଙ୍କାନାଳ :- ଜିଲ୍ଲାରେ ଗତ କିଛିଦିନ ତଳେ ନିମ୍ନ ମାନର ଚାଉଳ ପାସ୍ କରିବାକୁ ନେଇ ଜଣେ ରାଇସ୍ ମିଲର ଉତକ୍ଷିପ୍ତ ହୋଇ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗରେ ବନ୍ଧାହୋଇ ଜେଲ୍ ଯାଇଥିବା ବେଳେ ପୁଣି ଗତକାଲି ସକାଳେ ଜଣେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ସର୍ବସମ୍ମୁଖରେ ଅସଦାଚରଣ କରାଯାଇଛି ଏବଂ ଘଟଣାକୁ ନେଇ ସ୍ଥାନୀୟ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଆଡସିନାଲ ତହସିଲଦାର।
ସୂଚନା ମୁତାବକ, ଗତ ଶନିବାର ସକାଳେ ସଦର ଆଡସିନାଲ ତହସିଲଦାର ନିଜ କର୍ମକର୍ତ୍ତାଙ୍କ ସହ ସପ୍ତାହନ୍ତ ସଟଡାଉନ୍ କଟକଣା ଚେକିଙ୍ଗ୍ ନିମନ୍ତେ ଭାପୁର ଅଭିମୁଖେ ବାହାରିଥିଲେ । ସମୟ ପାଖାପାଖି ୭ଟା ୪୫ମିରେ କୋଇଲିପଙ୍ଗି ଛକରେ ପହଞ୍ଚି ଲୋକଙ୍କ ଭିଡ଼କୁ ଦେଖି କୋଭିଡ୍ ସଚେତନତା କରାଇବା ସହ ବିଶେଷ କରି ସେହି ଛକରେ ଖୋଲାଥିବା ଏକ ଜୋତା ଦୋକାନକୁ ସରକାରଙ୍କ କଟକଣା ମାନି ଦୋକାନ ବନ୍ଦ କରିବାକୁ ଦୋକାନୀଙ୍କ ସହିତ କଥାବାର୍ତ୍ତା ଚାଲିଥିବା ସମୟରେ ହଠାତ୍ ମୋଟାରୀ ଗ୍ରାମର ଉତ୍ତମ ମହାନ୍ତି ନାମକ ଯୁବକ ସେଠାରେ ପହଞ୍ଚି ନିଜକୁ ଜଣେ ସାମ୍ବାଦିକ ବୋଲି କହି
ସର୍ବସମ୍ମୁଖରେ ଦୀର୍ଘ ସମୟ ଧରି ମହିଳା ଆଡସିନାଲ ତହସିଲଦାରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ସହ ଥିବା ସରକାରୀ ସହକର୍ମୀଙ୍କୁ ମଧ୍ୟ ଅକଥନୀୟ ଓ ଅସଦାଚରଣ କରିଥିଲା । ଘଟଣାକୁ ନେଇ ସ୍ଥାନୀୟ ଭାପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଆଡସିନାଲ ତହସିଲଦାର ଶ୍ରୀମତୀ ଅନୁପମା ମୁର୍ମୁ ଓ କର୍ମକର୍ତ୍ତା। ସଦର ଥାନା ପୋଲିସ୍ ୨୮୮/୨୧ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ ।
No Result
View All Result