No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ହିଞ୍ଜିଳିକାଟୁ :- ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଦେଖାଦେଇଛି । ଏହାକୁ ନେଇ ସରକାର ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଲକଡ଼ାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଗ୍ରୋସେରୀ ଓ ପନିପରିବା ଦୋକନକୁ ବାଦ ଦେଲେ ଅନ୍ୟାନ ସାମଗ୍ରୀର ଦୋକାନ ବଜାର ବନ୍ଦ ରହିଛି । ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଂଚଳର ବିଭିନ୍ନ ବ୍ୟବସାୟ ପ୍ରଭାବିତ ହୋଇଛି । ଏଥିରୁ ବାଦ୍ ପଡ଼ିନାହାନ୍ତି ବାରିକ ବା ଭଣ୍ଡାରୀ । ସେଲୁନ ବନ୍ଦ ହେବା ପରେ ସେମାନଙ୍କ ରୋଜଗାର ସମ୍ପୁଣ୍ଣ ବନ୍ଦ ହୋଇଯାଇଛି । ଦୋକାନ ବନ୍ଦ ହେବା ଫଳରେ ଦୋକାନ ଭଡ଼ା କେମିତି ଦେବି ଚିନ୍ତାରେ ପଡ଼ିଥିବା ବେଳେ ଦୈନିକ ପରିବାର ପ୍ରତିପୋଷଣ କିପରି କରିବେ, ସେ ନେଇ ଚିନ୍ତାରେ ରହିଛନ୍ତି । ପ୍ରକାଶ ଯେ, ପୂର୍ବେ ଗ୍ରାମାଂଚଳରେ ସେଲୁନର କୌଣସି ବ୍ୟବସ୍ଥା ନଥିଲା ।

ଚୁଟି, ଦାଢି କାଟିବା ପାଇଁ ବାହାରକୁ ଯିବାକୁ ପଡ଼ୁନଥିଲା । ଆବଶ୍ୟକ ସମୟରେ ବାରିକ ଆସି ଘର ମୁହଁରେ ହାଜର ହୋଇ ଯାଉଥିଲା । ପାଉଣା ବାବଦରେ ବାର୍ଷିକ ଯାହା କିଛି ଅର୍ଥ ସାଙ୍ଗକୁ ଧାନ, ମାଣ୍ଡିଆ ଓ ଲୁଗାପଟା ନେଇ ଚାଲିଥିଲା । କିନ୍ତୁ ବର୍ତମାନ ସମୟ ବଦଳି ଯାଇଛି । ଘରକୁ ଘର ବୁଲି ବାରିକ ଚୁଟି କିମ୍ବା ଦାଢି କାଟିବାକୁ ପଡ଼ୁନାହିଁ । ଗ୍ରାମାଂଚଳ ଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ବିଭିନ୍ନ ଛକ ସ୍ଥାନରେ ଖୋଲିଛି ସେଲୁନ । ଲୋକେ ଚୁଟି, ଦାଢି କାଟିବା ପାଇଁ ହେଲେ ନିଜେ ସେଲୁନକୁ ଯିବାକୁ ପଡ଼ୁଛି । ହେଲେ ବର୍ତମାନ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସରକାର ଲକଡ଼ାଉନ ଘୋଷଣା କରିଥିବା ବେଳେ ସେଲୁନ ସବୁ ବନ୍ଦ ହୋଇଯାଇଛି । ଲୋକେ ନିଜର ଚୁଟି, ଦାଢି କାଟିବା ପାଇଁ ବାରିକଙ୍କୁ ଫୋନ କରି ଘରକୁ ଡ଼ାକିବାକୁ ପଡ଼ୁଛି । ଫୋନ୍ କଲ୍ ପାଇବା ମାତ୍ରେ ବାରିକ ନିଜର ଖୁର ପେଡ଼ି ଧରି ହାଜର ହୋଇଯାଉଛି. ଫୋନ କରିଥିବା ବ୍ୟକ୍ତିଙ୍କ ନିକଟରେ । ବାରିକ ଖୁର ପେଡ଼ି ଧରି ଘରକୁ ଘର ବୁଲି ଚୁଟି, ଦାଢି କାଟିବା ସକାଶେ ଆସିବା ନେଇ ବହୁ ବର୍ଷ ପରେ ପୁରୁଣା ଯୁଗ ଫେରି ଆସିଛି ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଅନ୍ୟ କିଛି ବାରିକ ଉପାୟ ନପାଇ ପନିପରିବା ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଲକ୍ଷ୍ୟ କରାଯାଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result