No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ପ୍ରାଣଘାତୀ ସାଜିଛି । ଏହାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ନାଇଟକର୍ଫ୍ୟୁ, ସପ୍ତାହନ୍ତ ସଟଡ଼ାଉନ ସହ ଲକଡ଼ାଉନ କଟକଣା ଲାଗୁହୋଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ସକାଶେ ଶନିବାର ପୁର୍ବାହ୍ନରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ପାଟଣା ସାହି ଓ ବଡରଙ୍ଗଣି ସାହି ଏବଂ କେଉଟସାହିରେ ପ୍ରସିଦ୍ଧ ନୃସିଂହଯାତ୍ରା ନିମନ୍ତେ ଶୁଭଖୁଣ୍ଟି କେବଳ ବିଧି ବିଧାନ ଅନୁସାରେ ସ୍ଥାପନ କରାଯାଇଛି । କରୋଣା ଭତାଣୁ ସଂକ୍ରମଣ ଯୋଗୁଁ ସରକାର ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ ବନ୍ଦ ରଖିବାକୁ ସରକାର କଟକଣା ଲାଗୁ କରିଛନ୍ତି । ଆସନ୍ତା ୨୫ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ହିଞ୍ଜିଳିକାଟୁ ଅଞ୍ଚଳର ପ୍ରସିଦ୍ଧ ଲକ୍ଷ୍ମୀନୃସୀଂହ ଯାତ୍ରା ବନ୍ଦ କରାଯିବା ସହିତ କେବଳ ବିଧି ବିଧାନ ଅନୁସାରେ ପୁର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିର ପରିସର ମଧ୍ୟରେ କେବଳ ପୁଜକଙ୍କୁ ନେଇ ଯାତ୍ରା ଅନୁଷ୍ଟିତ ହେବ ବୋଲି ମନ୍ଦିର କମିଟି ଜଣାଇଛି ।କୋଭିଡ଼ ଗାଇଡ଼ଲାଇନ ଅନୁଯାଇ ମନ୍ଦିରକୁ ସର୍ବସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଛି ।ସଂଙ୍କଟ ସମୟରେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାଇ ରିତ ନିତୀ ଅନୁଯାଇ ବିଧି ବିଧାନ ବଜାୟ ରଖି ବିନା ଭକ୍ତ ଓ ବିନା ପଟୁଆର ରେ ଯାତ୍ରା ସମାପନ ହେବ । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ବନ୍ଦ କରିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଯୋଗୁଁ ଯାତ୍ରା ପ୍ରେମୀଙ୍କ ମନରେ ନିରାଶ ଭାବ ପ୍ରକାଶ ପାଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result