‘କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟକୁ ବିଶ୍ୱସ୍ତରୀୟ କରାଯିବ’ : ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

କଟକ (ଓଡିଶା ତାଜା ନ୍ୟୁଜ୍ ) କଟକସ୍ଥିତ ଆନନ୍ଦଭବନ 6.3.2020 ରିଖ :- କଟକସ୍ଥିତ ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରକୁ ବିଶ୍ୱସ୍ତରୀୟ କରାଯିବ । ଏହା ଫଳରେ ଏହି ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଏକ ପ୍ରଭାବଶାଳୀ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇ ପାରିବ । ଗବେଷକ, ବୁଦ୍ଧିଜୀବୀ ଓ ପର୍ଯ୍ୟଟକମାନଙ୍କ ପାଇଁ ଏହି ଅନୁଷ୍ଠାନ ଆକର୍ଷଣୀୟ ହେବ । ଆନନ୍ଦଭବନ ପଛ ପଟେ ବହୁତଳ ବିଶିଷ୍ଟ ଏକ ଅତ୍ୟାଧୁନିକ ବ୍ୟାଖ୍ୟାନ କେନ୍ଦ୍ର ସମେତ ପାଠାଗାର, ଶିଶୁକିଶୋରମାନଙ୍କ ପାଇଁ ଆକଫିଭିଟି ସେଣ୍ଟର, ସମିଳନୀ କକ୍ଷ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଛି ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ଗତକାଲି ପ୍ରବାଦ ପୁରୁଷ, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆନନ୍ଦଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଜୁ ଜୟନ୍ତୀ ପାଳନ ଉପଲକ୍ଷେ ଏକ ସ୍ୱତନ୍ତ୍ର ଫଟୋ ଗ୍ୟାଲେରୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଛନ୍ତି ପରବର୍ତ୍ତୀ ସମୟରେ ଆନନ୍ଦଭବନରେ ବିଜୁବାବୁଙ୍କ ଜୀବନୀ ଆଧାରିତ ଓ ତଥ୍ୟ ସଞ୍ଚଳିତ ଭିଡ଼ିଓ ପ୍ରଦର୍ଶନର ଯୋଜନା ରହିଛି । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ନାୟକ, ବିଶିଷ୍ଟ ଗବେଷକ ପ୍ରଫେସର ରାଜକିଶୋର ମିଶ୍ର, ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ତଥା ଉ ପଶାସନ ସଚିବ ଶ୍ରୀ ବିପିନ ବିହାରୀ ପାତ୍ର, କଟକର ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ବିଜୟ ଖଣ୍ଡାୟତରାୟ ଓ ସାହିତ୍ୟ ଏକାଡେମୀର ସଚିବ ଶ୍ରୀମତୀ ସୁଚିସମିତା ମନ୍ତ୍ରୀ ପ୍ରମୁଖ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୀବନୀ ଓ କୃତିତ୍ୱ ସଂ ପର୍କରେ ଆଲୋକ ପାତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ‘ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ-ମୋ ସ୍ୱପ୍ନର ଓଡ଼ିଶା’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର ପ୍ରତିଯୋଗୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ । ସମଗ୍ର ଆନନ୍ଦଭବନ ପରିସରକୁ ଫୁଲ ଓ ଆଲୋକସଜ୍ଜାରେ ସୁଶୋଭିତ କରାଯାଇଥିଲା ।