No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧିନରେ ଥିବା କନ୍ଧ ଖାଲମଡ଼ା ଗ୍ରାମ ରାସ୍ତା ମଧ୍ୟରେ କିଛି ଦୁର୍ବୃର୍ତ କାର ଭଡ଼ା କରି ଆଣି କାର ଡ୍ରାଇଭର୍ କୁ ମରଣାତ୍ମକ ଆକ୍ରମଣ କରି କାର ଲୁଟିନେଇଥିଲେ।ସୂଚନା ଅନୁଯାୟୀ କଟକ ଜିଲ୍ଲା ନରସିଂହ ପୁର ଗ୍ରାମ ର ଫଣି ପ୍ରଧାନ ନିଜ କାର ( ଓଡ଼ି ୦୨ ଏଏ ୮୭୭୧) ଭଡ଼ା କରି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ କୁ ଆଣିବା ପାଇଁ ଫଣି ପ୍ରଧାନ କୁ କହିଥିଲେ ।
ଫଣି ପ୍ରଧାନ ନିଜେ ଡ୍ରାଇଭିଂ କରି ସେହି ଅଜଣା ବ୍ୟକ୍ତି ମାନଙ୍କୁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ କୁ ଆଣିଥିଲେ । ନୂଆଗାଁ ରେ ପହଞ୍ଚିବା ପରେ ସେହି ଅଜଣା ବ୍ୟକ୍ତି ମାନେ ଜାକେଡ଼ା ପଞ୍ଚାୟତ କନ୍ଧ ଖାଲମଡ଼ା ଗ୍ରାମ କୁ ଯିବା ପାଇଁ କହିଥିଲେ। କନ୍ଧ ଖାଲମଡ଼ା ଗ୍ରାମ ଯିବା ରାସ୍ତାରେ ଜଙ୍ଗଲ ମଧ୍ୟରେ ଫଣି ପ୍ରଧାନଙ୍କୁ ଆକ୍ରମଣ କରି କାର ନେଇ ଚାଲିଯାଇଥିଲେ। ଫଣି ପ୍ରଧାନ କିଛି ମାତ୍ରାରେ କ୍ଷତ ବିକ୍ଷତ ହୋଇ ନୂଆଗାଁ ଥାନା ରେ ପହଞ୍ଚି ଅଭିଯୋଗ କରିଥିଲେ।ନୂଆଗାଁ ଥାନା ଅଧିକାରୀ ରମେଶ କୁମାର ଦେବତା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ କୌଣସି ବ୍ୟକ୍ତି ଗାଡ଼ି କିମ୍ବା ଘଟଣା ସମ୍ପର୍କରେ ଜାଣିଲେ ( ୯୪୩୮୯୧୬୫୪୭) ନଂ ରେ ଯୋଗାଯୋଗ କରିବା ପାଇଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
No Result
View All Result