No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର ) କଟକ :- ସଂକ୍ରମଣ ଭୟରେ କେହି ଛୁଇଁଲେନି ମୃତଦେହ । ମହାମାରୀ କରୋନାକୁ ଭୟକରି କାନ୍ଧ ଦେବାରୁ ଦୂରେଇ ଗଲେ ଆତ୍ମୀୟ । କରୋନା କାଳରେ ଏପରି କରୁଣ ଚିତ୍ର ଆସିଛି କଟକ ଜିଲ୍ଲାର ନିଆଳି ଅଞ୍ଚଳରୁ । ଏପରି ସମୟରେ ଜୀବନକୁ ଖାତିର ନକରି ଆଗକୁ ଆସିଲେ କିଛି ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ତହସିଲଦାର ଓ ସ୍ଥାନୀୟ ସରପଂଚ ।
ନିଆଳି ବ୍ଲକ କୃଷ୍ଣପ୍ରସାଦ ପଂଚାୟତର ସାରଣା ପାରିବସ୍ତ ଗାଁର ନରେନ୍ଦ୍ର ପ୍ରଧାନ ନାମକ ଜଣେ ୫୫ ବର୍ଷୀୟ ବୃଦ୍ଧ କିଛି ଦିନ ଧରି ଜରରେ ପୀଡିତ ଥିଲେ । ଗତକାଲି ତାଙ୍କ ଦେହ ଅସୁସ୍ଥ ହେବା ପରେ ସେ ଆଖି ବୁଜିଥିଲେ । ଶବ ଉଠାଇବାକୁ କେହି ଆସିନଥିଲେ ଆଗକୁ ।
ଘରେ ସେମିତି ପଡ଼ିରହିଥିଲା ଶବ । ଖବର ପାଇ ନିଆଳି ତହସିଲଦାର ପହଞ୍ଚି ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଶବଦାହ ବ୍ୟବସ୍ଥା କରିଥିଲେ । ଏଥିରେ ସହଯୋଗର ହାତ ବଢାଇଥିଲେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି। ସମସ୍ତେ ପିପିଇ କିଟ୍ ପିନ୍ଧି ମୃତ ନରେନ୍ଦ୍ରଙ୍କ ଘର ଠାରୁ କିଛି ଦୂରରେ ଥିବା ତାଙ୍କ ଜମିରେ ଅନ୍ତିମ ସଂସ୍କାର କରିଥିଲେ । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result