ମାଲକାନଗିରିରୁ ଆନ୍ଧ୍ରକୁ ନାବାଳିକା ଚାଲାଣ ବେଳେ ଉଦ୍ଧାର କଲା ପୋଲିସ

ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର) ମାଲକାନଗିରି – ମାଲକାନଗିରିରୁ ଆନ୍ଧ୍ରକୁ ନାବାଳିକା ଚାଲାଣ ବେଳେ ଉଦ୍ଧାର କଲା ପୋଲିସ । ଏମାନେ ଦାଦନ ଶ୍ରମିକ ଭାବେ ବଣ୍ଡା ଘାଟୀରୁ ଆନ୍ଧ୍ରପ୍ରଦେଶକୁ ଜଣେ ମଧ୍ୟସ୍ଥିଙ୍କ ସହାୟତାରେ ଯାଉଥିବା କଥା ପ୍ରକାଶ କରିଥିଲେ । ପୋଲିସ ଯାନବାହାନ ଯାଞ୍ଚ କରୁଥିବା ବେଳେ କୁଜୁମୁଲୁଗୁମ୍ମା ନିକଟରେ ଏକ ବୋଲେରୋରେ ୫ ଜଣ ବସିଥିବା ଦେଖିଥିଲା । ସମୋନଙ୍କୁ ପୋଲିସ କୁଆଡେ ଯାଉଛ ବୋଲି ପଚାରିବାରୁ କିଛି କହି ପାରି ନଥିଲେ ।

ପରେ ଚାଇଲ୍ଡ ଲାଇନ୍‌କୁ ଖବର ଦିଆଯାଇଥିଲା । ଲକ୍‌ଡାଉନ୍‌ରେ କାମ ମିଳୁ ନଥିବାରୁ ଆନ୍ଧ୍ରକୁ ଜଣେ ମଧ୍ୟସ୍ଥିଙ୍କ ସହାୟତା କାମ କରିବା ପାଇଁ କହିଥିଲେ । ଜିଲ୍ଲା ଶିଶୁ କଲ୍ୟାଣ କମିଟିର କାଉନସିଲିଂ ପରେ ସେମାନଙ୍କୁ ମାଲକାନଗିରି ଶିଶଉ ଗୃହକୁ ପଠାଇଯାଇଛି । ପରେ ସମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି ।  (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)