No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୪ ମେ ଶୁକ୍ରବାର) ଭୁବନେଶ୍ୱର :- ରାଜ୍ୟରେ ସଂକ୍ରମଣର ନିଆଁ ହୁତ୍ ହୁତ୍ ହୋଇ ଜଳୁଛି । କରୋନା ବେକାବୁ, ବେଲଗାମ ହୋଇଛି । ଆଜି ରେକର୍ଡ ଭାଙ୍ଗିଲା ମହାମାରୀ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୩୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକର ବ୍ୟବଧାନ ପରେ ପୁଣି ମୃତ୍ୟୁ ସଂଖ୍ୟା ଉପରମୁହାଁ ହୋଇଛି। ୧୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୭୩ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୪ଜଣ. ଅନୁଗୁଳରୁ ୩ଜଣ, କେନ୍ଦ୍ରାପଡା, ରାୟଗଡା, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫ ଲକ୍ଷ ୮୮ ହଜାର ୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ଲକ୍ଷ ୪ ହଜାର ୦୧୬ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୪ ଲକ୍ଷ ୮୨ ହଜାର ୨୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୨୭୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୦୭୬୯୩୧୨ ସାମ୍ପୁଲ ଟେଷ୍ଟ୍ ହୋଇଛି। (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)
No Result
View All Result