No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡ ର ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଓ ସୁବର୍ଣ୍ଣପୁର,ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ୧୫୦ ଜଣଙ୍କ ଠାରୁ ଆଣ୍ଟିଜେନ୍ ଓ ୯୪ ଜଣଙ୍କ ଠାରୁ ଆର୍ଟିପିିସିଆର ସ୍ୱାବ୍ ସଂଗ୍ରହ କରାଯାଇ ଥିଲା ସମୁଦାୟ୨୪୪ ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇ ୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ,ଜଣେ ୮୭ ବର୍ଷୀୟା ବୃଦ୍ଧା ଙ୍କ ଆଜି କରୋନା ରେ ମୃତ୍ୟୁ ଘଟିଥିଲା । ଆଜି ବାଙ୍କୀ ଉପଖଣ୍ଡ ଚିିକିତ୍ସାଳୟରେ ୫୦ ଜଣଙ୍କ ଠାରୁ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୧ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇପରୀକ୍ଷା ପାଇଁ କଟକ ପରୀକ୍ଷା ପାଇଁ ପଠାଯାଇଥିଲା । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୯ ଜଣଙ୍କର ଆଣ୍ଟିଜେନ ସ୍ୱାବ ସଂଗ୍ରହ କରାଯାଇପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୩୩ ଜଣଙ୍କର ଆର୍ଟିପିସିଆର୍ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ କଟକ ପଠାଯାଇ ଥିଲା ।
ସେହିପରି ସୁବର୍ଣ୍ଣପୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୨୦ ଜଣଙ୍କର ଠାରୁ ଆର୍ଟିପିସିଆର ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିଲା ଓ ୮୧ ଜଣଙ୍କଠାରୁ ଆଣ୍ଟିଜେନ୍ ସ୍ୱାବ୍ ସଂଗ୍ରହ କରାଯାଇପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଡମପଡା ବ୍ଲକ ର ଗୟଳ ବାଙ୍କ ଗ୍ରାମର ୮୭ ବର୍ଷୀୟା ମହିଳା ଙ୍କ କରୋନା ରେ ପୀଡିତ ହୋଇ ମୃତ୍ୟୁ ଘଟିଥିଲା ।(ରିପୋର୍ଟ – ଗୌତମ ମିଶ୍ର )
No Result
View All Result